ଭୁବନେଶ୍ୱର: କିଟ୍ ବିଶ୍ୱବିଦ୍ୟାଳୟ ପରିସରରେ ରବିବାରଠାରୁ ଜାତୀୟ ବିଶ୍ୱବିଦ୍ୟାଳୟ କ୍ରୀଡ଼ା ମହୋତ୍ସବ ଆରମ୍ଭ ହୋଇଛି। ପୂର୍ବାଞ୍ଚଳ ଅନ୍ତଃବିଶ୍ୱବିଦ୍ୟାଳୟର ବ୍ୟାଡ୍ମିଣ୍ଟନ୍ (ପୁରୁଷ ଓ ମହିଳା), ବାସ୍କେଟ୍ବଲ୍ (ପୁରୁଷ), ଭଲିବଲ୍ (ପୁରୁଷ), ଟେନିସ୍ (ପୁରୁଷ), ସର୍ବଭାରତୀୟ ଯୋଗା (ପୁରୁଷ ଓ ମହିଳା) ଆରମ୍ଭ ହୋଇଛି। ଦେଶର ମୋଟ ୨୫୦ ବିଶ୍ୱବିଦ୍ୟାଳୟରୁ ପ୍ରାୟ ୩୧୦୦ ବାଳିକା ଖେଳାଳି ଭାଗ ନେଇଛନ୍ତି। ରବିବାର ପୁରୁଷ ଟେନିସ୍ରେ ଦୁର୍ଗ ବିଶ୍ୱବିଦ୍ୟାଳୟ ୬-୪, ୬-୦, ୬-୦, ୬-୦ରେ ସର୍ଗୁଜାକୁ ପରାସ୍ତ କରିଥିଲା। ସେହିଭଳି ପୁରୁଷ ବାସ୍କେଟ୍ବଲ୍ରେ ଖଲ୍ଲିକୋଟ୍ ୪୮-୪୭ରେ ଏକେଏସ୍ ବିଶ୍ୱବିଦ୍ୟାଳୟକୁ, ବ୍ରହ୍ମପୁର ୫୧-୪୪ରେ ବିଳାସପୁରକୁ ଏବଂ ରେଭେନ୍ସା ୪୯-୧୫ରେ ସର୍ଗୁଜାକୁ, ଯାଦବପୁର ୫୦-୪୮ରେ ବିଶ୍ୱଭାରତୀକୁ ପରାସ୍ତ କରିଥିଲା। ରବିବାର ଏହି ପ୍ରତିଯୋଗିତାକୁ କିଟ୍ ଓ କିସ୍ର ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତ, ରେଜିଷ୍ଟ୍ରାର୍ ପ୍ରଫେସର ସସ୍ମିତା ସାମନ୍ତ, କୂଳପତି ଏଚ ମହାନ୍ତି, ଅଲିମ୍ପିଆନ୍ ଦୂତି ଚାନ୍ଦ, ଉତ୍କଳ ବିଶ୍ୱବିଦ୍ୟାଳୟ ଏଚଆର୍ଡିସି ନିର୍ଦେଶକ ଡକ୍ଟର ଜୟନ୍ତ ପରିଡ଼ା, ସର୍ବଭାରତୀୟ ବିଶ୍ୱବିଦ୍ୟାଳୟ ପର୍ଯ୍ୟବେକ୍ଷକ (ଯୋଗ) ପ୍ରଫେସର ତାରକନାଥ ପରମାଣିକ ପ୍ରମୁଖ ଅତିଥିଭାବେ ଯୋଗ ଦେଇଥିଲେ।
ଜାତୀୟ ବିଶ୍ୱବିଦ୍ୟାଳୟ କ୍ରୀଡ଼ା ଆରମ୍ଭ
/sambad/media/post_attachments/wp-content/uploads/2017/10/14-Natonal-University-Games.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)