ପ୍ରଥମ ଭାରତୀୟ ଭାବେ ଅଷ୍ଟ୍ରେଲିଆ ପୁରୁଷ ବିଗ୍‌ବାସ୍‌ ଲିଗ୍‌ ଖେଳିବେ ଉନ୍ମୁକ୍ତ ଚାନ୍ଦ

ନୂଆଦିଲ୍ଲୀ : ଉନ୍ମୁକ୍ତ ଚାନ୍ଦ ପ୍ରଥମ ଭାରତୀୟ ପୁରୁଷ ଖେଳାଳି ଭାବେ ଅଷ୍ଟ୍ରେଲିଆ ବିଗ୍‌ ବାସ୍‌ ଲିଗ୍‌ (ବିବିଏଲ୍‌)ରେ ଖେଳିବାକୁ ଯାଉଛନ୍ତି। ଆସନ୍ତାମାସରେ ଆରମ୍ଭ ହେବାକୁ ଥିବା ଟି-୨୦ ଲିଗ୍‌ ଲାଗି ୨୮ ବର୍ଷୀୟ ଏହି ପୂର୍ବତନ ଆଇପିଏଲ୍‌ ଖେଳାଳି ମେଲ୍‌ବର୍ଣ୍ଣ ରେନିଗେଡ୍ସ ସହ ଚୁକ୍ତି କରିଛନ୍ତି। ତାଙ୍କ ସହ ଚୁକ୍ତି କରିଥିବା ନେଇ ଶୁକ୍ରବାର ମେଲ୍‌ବର୍ଣ୍ଣ ରେନିଗେଡ୍ସର ପ୍ରବନ୍ଧକ ଜେମ୍ସ ରୋସେନଗାର୍ଟନ ପ୍ରକାଶ କରିଛନ୍ତି। ‘‘ଉନ୍ମୁକ୍ତଙ୍କୁ ଦଳରେ ନେଇ ଆମେ ବହୁତ ଖୁସି, ରେନିଗେଡ୍ସ ପାଇଁ ତାଙ୍କ ପ୍ରଦର୍ଶନ କିପରି ରହୁଛି ଦେଖିବାର ଅଛି। ସେ ପ୍ରଥମ ଭାରତୀୟ ଖେଳାଳି ଭାବେ ପୁରୁଷ ବିବିଏଲ୍‌ରେ ଯୋଗ ଦେଇ ଇତିହାସ ରଚିଛନ୍ତି। ତାଙ୍କୁ ନେଇ ଆମ କ୍ଲବ୍‌, ପ୍ରଶଂସକମାନେ ଉତ୍ସାହିତ ଅଛନ୍ତି’’ ବୋଲି ରୋସେନଗାର୍ଟନ କହିଛନ୍ତି। ବିସିସିଆଇ ଭାରତୀୟ ମହିଳା କ୍ରିକେଟର୍‌ଙ୍କୁ ବାହାର ଘରୋଇ ଲିଗ୍‌ ଖେଳିବାକୁ ଅନୁମତି ଦେଇଛି। ହେଲେ ପୁରୁଷ ଅନ୍ତର୍ଜାତୀୟ ‌ଓ ଘରୋଇ ଖେଳାଳିଙ୍କୁ ଅନୁମତି ଦେଇନି। ‌ଉନ୍ମୁକ୍ତ ଚଳିତ ବର୍ଷ ଭାରତୀୟ କ୍ରିକେଟ୍‌ରୁ ଅବସର ନେଇ ଆମେରିକାର ସିଲିକନ୍‌ ଭାଲି ଷ୍ଟ୍ରାଇକର୍‌ ପକ୍ଷରୁ ଖେଲୁଛନ୍ତି।

ସମ୍ବନ୍ଧିତ ଖବର