ଲଣ୍ଡନ : ଭାରତୀୟ ଦ୍ରୁତ ବୋଲର ଯସପ୍ରୀତ ବୁମରା ନିଜ ବୋଲିଂରେ ସାରା ବିଶ୍ବର ବ୍ୟାଟ୍ସମ୍ୟାନମାନଙ୍କ ମଧ୍ୟରେ ଭୟ ସଂଚାର କରୁଥିଲେ ବି ବ୍ୟାଟିଂରେ ସେ କୌଣସି କରିସ୍ମା ଦେଖାଇପାରୁନାହାନ୍ତି । ଏପରିକି ତାଙ୍କ ନାଁରେ ଏକ ଅଲୋଡ଼ା ରେକର୍ଡ ହୋଇଯାଇଛି । ସେ ଗତ ୭ଟି ଟେଷ୍ଟ ଇନିଂସରେ ୬ ଥର ଶୂନରେ ଆଉଟ ହୋଇଛନ୍ତି ।
ଯଦି ଆମେ ବୁମରାଙ୍କ ଶେଷ ୭ଟି ଟେଷ୍ଟ ଇନିଂସକୁ ଦେଖିବା, ତେବେ ସେଗୁଡ଼ିକ ଏହିପରି ଦେଖାଯିବ - ୦, ୦, ୨୨, ୦, ୦, ୦, ୦। ଅର୍ଥାତ୍, ଟେଷ୍ଟରେ ଗୋଟିଏ ରନ ସ୍କୋର କରିବା ମଧ୍ୟ ବର୍ତ୍ତମାନ ବୁମରାଙ୍କ ପାଇଁ ଏକ କଷ୍ଟକର କାମ ପ୍ରମାଣିତ ହେଉଛି।
ଯଦି ଆମେ ବୁମରାଙ୍କ ଶେଷ ୭ଟି ଟେଷ୍ଟ ଇନିଂସକୁ ଦେଖିବା, ତେବେ ସେଗୁଡ଼ିକ ଏହିପରି ଦେଖାଯିବ - ୦, ୦, ୨୨, ୦, ୦, ୦, ୦। ଅର୍ଥାତ୍, ଟେଷ୍ଟରେ ଗୋଟିଏ ରନ ସ୍କୋର କରିବା ମଧ୍ୟ ବର୍ତ୍ତମାନ ବୁମରାଙ୍କ ପାଇଁ ଏକ କଷ୍ଟକର କାମ ପ୍ରମାଣିତ ହେଉଛି। ବର୍ତ୍ତମାନ ଚାଲିଥିବା ଲର୍ଡସ ଟେଷ୍ଟରେ ସେ ଶୂନରେ ଆଉଟ ହୋଇଛନ୍ତି । ଏହା ପୂର୍ବରୁ ଖେଳାଯାଇଥିବା ହେଡିଙ୍ଗଲେ ଟେଷ୍ଟର ଦୁଇଟି ଇନିଂସରେ ବି ସେ ଶୂନରେ ଆଉଟ ହୋଇଥିଲେ ।
ସୂଚନାଯୋଗ୍ୟ ଯେ ଏବେ ଚାଲିଥିବା ଲର୍ଡ୍ସ ଟେଷ୍ଟ ଏକ ରୋଚକ ମୋଡ଼ରେ ପହଞ୍ଚିଛି । ଉଭୟ ଇଂଲଣ୍ଡ ଓ ଭାରତ ନିଜ ନିଜର ପ୍ରଥମ ଇନିଂସରେ ୩୮୭ ରନ କରି ଅଲଆଉଟ ହୋଇଛନ୍ତି । ଫଳରେ କୌଣସି ଦଳ ଅଗ୍ରଣୀ ହାସଲ କରିନାହାନ୍ତି । ସର୍ବଶେଷ ସୂଚନା ଅନୁସାରେ ଇଂଲଣ୍ଡ ନିଜର ୨ୟ ଇନିଂସରେ ୪ ଓ୍ବିକେଟ ହରାଇ ୧୨୯ ରନ କରିଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-08-23t123957970z-tpnc.jpg)
/sambad/media/media_files/2025/07/13/bumrah-2025-07-13-19-05-15.jpg)