ଉତ୍ତର ପ୍ରଦେଶ, ଦିଲ୍ଲୀ, ତାମିଲନାଡ଼ୁ, ମଣିପୁର ବିଜୟୀ

ଜାତୀୟ ମହିଳା ଫୁଟ୍‌ବଲ୍‌

କଟକ: ବାରବାଟୀ ଷ୍ଟାଡିୟମରେ ଚାଲିଥିବା ଜାତୀୟ ମହିଳା ଫୁଟ୍‌ବଲ୍‌ ପ୍ରତିଯୋଗିତାରେ ଶନିବାର ଉତ୍ତର ପ୍ରଦେଶ, ଦିଲ୍ଲୀ, ତାମିଲନାଡ଼ୁ, ମଣିପୁର ବିଜୟୀ ହୋଇଛନ୍ତି। ପ୍ରଥମ ମ୍ୟାଚ୍‌ରେ ଉତ୍ତର ପ୍ରଦେଶ ୧-୦ ଗୋଲରେ ଝାଡ଼ଖଣ୍ଡକୁ ହରାଇଛି। ପ୍ରବୀଣ ବାନୋ (୬୪ ମିନିଟ୍‌) ମ୍ୟାଚ୍‌ର ଏକମାତ୍ର ଗୋଲ୍‌ ଦେଇଥିଲେ। ଦ୍ୱିତୀୟ ମ୍ୟାଚ୍‌ରେ ତାମିଲନାଡ଼ୁ ୧୧-୧ ଗୋଲ୍‌ରେ ଉତ୍ତରାଖଣ୍ଡକୁ ପରାସ୍ତ କରିଥିଲା। ସୁମିତ୍ରା ଆର୍‌ (୩, ୨୭, ୮୮, ୯୫ ମନିଟ୍‌) ଏକାକୀ ୪ ଗୋଲ୍‌ ଦେଇଥିଲା ବେଳେ ଏମ୍‌ ନନ୍ଦିନୀ (୬୩ ଓ ୬୭ ମିନିଟ୍‌) ଓ ଇନ୍ଦୁମତୀ (୭୯ ଓ ୯୦ ମିନିଟ୍‌) ଦୁଇଟି ଲେଖାଏଁ, ଅବର୍ଣ୍ଣା ଏସ୍‌ (୨୧ ମିନିଟ୍‌) ଓ ମୁଥୁସେଲ୍‌ଭି ଏସ୍‌ (୮୬ ମିନିଟ୍‌) ଗୋଟିଏ ଲେଖାଏଁ ଗୋଲ ଦେଇଥିଲେ। ଉତ୍ତରାଖଣ୍ଡର ଭଗବତୀ ଚୌହାନ ୪୧ ମିନିଟ୍‌ରେ ଗୋଟିଏ ଗୋଲ୍‌ ଶୁଝି ଦେଇଥିଲେ। ତୃତୀୟ ମ୍ୟାଚ୍‌ରେ ଦିଲ୍ଲୀ ୪-୦ ଗୋଲ୍‌ରେ ତେଲେଙ୍ଗାନାକୁ ହରାଇଥିଲା। ସ୍ମୃତି ଗିରିଶ (୨୫ ଓ ୪୬ ମିନିଟ୍‌) ଓ ଡାଲିମା ଛିବେର (୮ ଓ ୪୦ ମିନିଟ୍‌) ଦୁଇଟି ଲେଖାଏଁ ଗୋଲ୍‌ ଦେଇଥିଲେ। ଶେଷ ମ୍ୟାଚ୍‌ରେ ମଣିପୁର ୮-୦ ଗୋଲ୍‌ରେ କର୍ଣ୍ଣାଟକକୁ ହରାଇଥିଲା। ପ୍ରମେଶ୍ୱରୀ ଦେବୀ (୨୫, ୫୩, ୭୭ ମିନିଟ୍‌) ୩, ବିନୋମାଳା ଚାନୁ (୫୬ ଓ ୬୦ ମିନିଟ୍‌) ୨, ଆଶାରାଣୀ ଦେବୀ (୪୯ ମିନିଟ୍‌), ମନ୍ଦାକିନୀ ଦେବୀ (୭୬ ମିନିଟ୍‌) ଓ ବାଲା ଦେବୀ (୨୩ ମିନିଟ୍‌) ଗୋଟିଏ ଲେଖାଏଁ ଗୋଲ୍‌ ଦେଇଥିଲେ।

ସମ୍ବନ୍ଧିତ ଖବର