ସତ୍ୟପୀରଙ୍କୁ ୟୁଆରଏଫ୍‌ ପ୍ରତିଭା ସମ୍ମାନ

ଭୁବନେଶ୍ୱର: ଗୋଟିଏ ହାତରେ ଏକ ମିନିଟ୍‌ରେ ସର୍ବାଧିକ ଥର ମୁଥ ମାରିବାର ବିଶ୍ୱ କୀର୍ତ୍ତିମାନ କରିଥିବା ଓଡ଼ିଆ ଯୁବକ ସତ୍ୟପୀର ପଧାନ ଆଉ ଏକ ସମ୍ମାନ ଜନକ ପୁରସ୍କାର ଲାଗି ମନୋନୀତ ହୋଇଛନ୍ତି। ଚଳିତ ବର୍ଷ ନିଆରା କୀର୍ତ୍ତିମାନ କରିଥିବା ବିଶ୍ୱର ୧୨ ଜଣ ଯୁବ ତାରକାଙ୍କ ମଧ୍ୟରେ ସ୍ଥାନ ପାଇ ସେ ୟୁଆରଏଫ୍‌ (ୟୁନିଭର୍ସାଲ ରେକର୍ଡ ଫୋରମ) ପ୍ରତିଭା ସମ୍ମାନ ପାଇବାକୁ ବଛା ହୋଇଛନ୍ତି। ଚଳିତ ମାସ ୨୫ ତାରିଖରେ କୋଲକାତାର ମହାଜାତି ସଦନଠାରେ ଆୟୋଜିତ ହେବାକୁ ଥିବା ୟୁଆରଏଫ୍‌ ବାର୍ଷିକ ପୁରସ୍କାର ବିତରଣୀ ଉତ୍ସବରେ ସତ୍ୟପୀରଙ୍କୁ ଏହି ପୁରସ୍କାର ମିଳିବ। ଚଳିତ ବର୍ଷ ୟୁଆରଏଫ୍‌ ପୁରସ୍କାର ଦୌଡ଼ରେ ୫୮ ଜଣ ବିରଳ କୀର୍ତ୍ତିଧାରୀ ଥିଲେ। ସେଥିମଧ୍ୟରୁ ସତ୍ୟପୀରଙ୍କ ସମେତ ୧୨ ଜଣ ଚୂଡ଼ାନ୍ତ ମନୋନାୟନ ତାଲିକାରେ ସ୍ଥାନ ପାଇଥିଲେ।

ସମ୍ବନ୍ଧିତ ଖବର