ନିଝ୍ନି: ମସ୍କୋ ବିଶ୍ୱକପର ପ୍ରଥମ କ୍ୱାର୍ଟର ଫାଇନାଲରେ ଶୁକ୍ରବାର ନିଝ୍ନିରେ ଦୁଇଥର ବିଜେତା ଉରୁଗୁଏ ସହ ୧୯୯୮ ବିଜେତା ଫ୍ରାନ୍ସର ମୁକାବିଲା ହେବ। ଉଭୟ ଦଳ ଚମତ୍କାର ଫର୍ମରେ ଥିଲା ବେଳେ ଆର୍ଜେଣ୍ଟିନା ଏବଂ ପର୍ତୁଗାଲ ଭଳି ଶକ୍ତିଶାଳୀ ଦଳକୁ ହରାଇ କ୍ୱାର୍ଟର ଫାଇନାଲ୍ ଆସିଛନ୍ତି। ଦୁଇଟି ଯାକ ଦଳର ରକ୍ଷଣଭାଗ ବେଶ୍ ଶକ୍ତିିଶଳୀ। ଏରୁ ଶୁକ୍ରବାର ଉରୁଗୁଏ ରକ୍ଷଣଭାଗ ସହ ଫ୍ରାନ୍ସ ରକ୍ଷଣଭାଗର ଲଢ଼େଇ ହେବ। ଉଭୟ ଅପରାଜେୟ ରହିଛନ୍ତି। ଉରୁଗୁଏ ତାର ସମସ୍ତ ମ୍ୟାଚ୍ ଜିତିଥିଲା ବେଳେ ମାତ୍ର ଗୋଟିଏ ଗୋଲ୍ ବରଣ କରିଛି। ଫ୍ରାନ୍ସ ମଧ୍ୟ ଅନୁରୂପ ଭାବେ ଅପରାଜେୟ ରହିଥିଲା ବେଳେ ସେହି ଗୋଟିଏ ଗୋଲ୍ ଖାଇଛି। ପରିସଂଖ୍ୟାନ ଦୃଷ୍ଟିରୁ କିନ୍ତୁ ବିଶ୍ୱକପରେ ଫ୍ରାନ୍ସ ଉରୁଗୁଏଠାରୁ ଯଥେଷ୍ଟ ଆଗରେ ରହିଛି। ବିଶ୍ୱକପରେ ଉଭୟ ଦଳ ୯ ଥର ମୁହାଁମୁହିଁ ହୋଇଥିଲା ବେଳେ ସବୁଥର ଫ୍ରାନ୍ସ ବିଜୟର ସ୍ୱାଦ ଚାଖିଛି। ସେହିଭଳି ଫ୍ରାନ୍ସ ଗତ ୬ କ୍ୱାର୍ଟର ଫାଇନାଲ୍ ପଦାର୍ପଣରେ କେବେବି ହାରି ନାହିଁ। ଉରୁଗୁଏ ପାଖରେ କିନ୍ତୁ ଶୁକ୍ରବାର ଏକାଧିକ କୀର୍ତ୍ତିମାନ କରିବାର ସୁଯୋଗ ରହିବ। ଆସନ୍ତାକାଲି ବିଜୟୀ ହେଲେ ଏହି ଦଳ ପ୍ରଥମ ଥର ପାଇଁ ବିଶ୍ୱକପରେ ଲଗାତାର ପାଞ୍ଚଟି ବିଜୟ ହାସଲ କରିବ। ଏହି ମ୍ୟାଚ୍ରେ ବହୁ ଖେଳାଳି ନିଜ କ୍ଲବ୍ ସ୍ତରୀୟ ସାଥୀଙ୍କ ବିପକ୍ଷରେ ଖେଳିବେ। ଯାହା ଏହି ମ୍ୟାଚକୁ ଅଧିକ ରୋମାଞ୍ଚକର କରିବ।
ଫ୍ରାନ୍ସକୁ ପରାସ୍ତ କରିନି ଉରୁଗୁଏ
/sambad/media/post_attachments/wp-content/uploads/2018/07/2-Uruguay-v-France.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)