ଭୁବନେଶ୍ୱର: ଚେନ୍ନାଇରେ ଚାଲିଥିବା ୫୭ତମ ଜାତୀୟ ଓପନ୍ ଦୌଡ଼କୁଦରେ ଓଡ଼ିଆ ଝିଅ ଜଉନା ମୁର୍ମୁ ୪୦୦ ମିଟର ବାଧା ଦୌଡ଼ରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ଏହି ଖେଳରେ ରୌପ୍ୟ ରେଳବାଇର ଅର୍ପିତା ଏମ୍ ଏବଂ ପଞ୍ଜାବର ବୀର ପାଲ୍ କୌର ହାସଲ କରିଥିଲେ। ପ୍ରତିଯୋଗିତାରେ ଜୁଉନାଙ୍କର ଏହା ଦ୍ୱିତୀୟ ପଦକ। ଓଏନ୍ଜିସିରୁ ପ୍ରତିନିଧିତ୍ୱ କରୁଥିବା ଜଉନା ମଙ୍ଗଳବାର ୪୦୦ ମିଟରରେ କାଂସ୍ୟ ପଦକ ଜିତିଥିଲେ। ଗୁରୁବାର ସେ ମଧ୍ୟ ୪ ଗୁଣା ୪୦୦ ମିଟର ରିଲେରେ ଅଂଶ ଗ୍ରହଣ କରିବାର ଅଛି। ଏଥିରେ ସେ ମଧ୍ୟ ପଦକ ଜିତିବାର ଯଥେଷ୍ଟ ସମ୍ଭାବନା ରହିଛି। ମଙ୍ଗଳବାର ଅନ୍ୟତମ ଓଡ଼ିଆ ଝିଅ ପୂର୍ଣ୍ଣିମା ହେମ୍ବ୍ରମ୍ ୧୦୦ ମିଟର ବାଧାଦୌଡ଼ରେ ସ୍ୱର୍ଣ୍ଣ ପଦକ ଜିତିଥିଲେ।
ଜଉନାଙ୍କୁ ସ୍ୱର୍ଣ୍ଣ
ଜାତୀୟ ଓପନ୍ ଦୌଡ଼କୁଦ
/sambad/media/post_attachments/wp-content/uploads/2017/09/urjana.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)