ଅଙ୍କାରା (ତୁର୍କୀ): ଭୂକମ୍ପରେ ପୀଡ଼ିତ ଶିଶୁମାନଙ୍କୁ ସହାୟତା ଯୋଗାଇ ଦେବା ତଥା ସେମାନଙ୍କ ମୁହଁରେ ହସ ଫେରାଇ ଆଣିବାକୁ ତୁର୍କୀସ୍ ସୁପରଲିଗ୍ରେ ନିଆରା ଉଦ୍ୟମ କରାଯାଇଛି। ବେସିକ୍ଟାସ୍ ଓ ଆଣ୍ଟାଲିସ୍ପୋର୍ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍ ଅବସରରେ ଦର୍ଶକମାନଙ୍କ ଦ୍ବାରା ପଡ଼ିଆକୁ କଣ୍ଢେଇ ବର୍ଷା କରାଯାଇଥିଲା। ଭୋଡାଫୋନ୍ ପାର୍କରେ ହୋଇଥିବା ଏହି ମ୍ୟାଚ୍ ବିନା କୌଣସି ଗୋଲ୍ରେ ଶେଷ ହୋଇଥିଲେ ବି ମ୍ୟାଚ୍ ଅଧାରେ ଦର୍ଶକମାନେ ପଡ଼ିଆ ଭିତରକୁ କଣ୍ଢେଇ ପକାଇବାରୁ ମ୍ୟାଚ୍ ପ୍ରାୟ ସାଢେ ୪ ଘଣ୍ଟା ବନ୍ଦ ରହିଥିଲା। ତେବେ ଭୂକମ୍ପରେ ପୀଡ଼ିତ ଶିଶୁମାନଙ୍କ ଉଦ୍ଦେଶ୍ୟରେ ଏହି କଣ୍ଢେଇ ପକାଯାଇଥିଲା ବେଳେ ସେମାନଙ୍କୁ ଏଗୁଡ଼ିକ ବଣ୍ଟାଯିବ ବୋଲି ବେସିକଟାସ୍ କ୍ଲବ୍ ପକ୍ଷରୁ ଏକ ବିବୃତ୍ତିରେ କୁହାଯାଇଛି।
ଭୂକମ୍ପ ପୀଡ଼ିତ ଶିଶୁଙ୍କ ପାଇଁ ତୁର୍କୀ ସୁପରଲିଗ୍ରେ କଣ୍ଢେଇ ବର୍ଷା
/sambad/media/post_attachments/wp-content/uploads/2023/02/56f4h65sf4sfh65fhfhfh.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)