ନୂଆଦିଲ୍ଲୀ : ସୋମବାର ଥିଲା ଦିଲ୍ଲୀ କ୍ୟାପିଟାଲ୍ସ ଅଧିନାୟକ ଋଷଭ ପନ୍ତଙ୍କ ୨୪ତମ ଜନ୍ମଦିବସ। ଏହି ଅବସରରେ ସାଥୀ ଖେଳାଳିମାନେ ତାଙ୍କୁ ଚେନ୍ନାଇ ସୁପରକିଙ୍ଗ୍ସ ବିପକ୍ଷ ବିଜୟ ଉପହାର ଦେଇଥିଲେ। ପ୍ରଶଂସକମାନେ ମଧ୍ୟ ବିଭିନ୍ନ ମାଧ୍ୟମରେ ତାଙ୍କୁ ଶୁଭେଚ୍ଛା ବାର୍ତ୍ତାରେ ପୋତି ପକାଇଥିଲେ। ତେବେ ବଲିଉଡ୍ ଅଭିନେତ୍ରୀ ତଥା ଋଷଭଙ୍କ ପୁରୁଣା ପ୍ରେମିକା ଉର୍ବଶୀ ରୌତେଲା ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ବାର୍ତ୍ତା ପଠାଇ ହଟହଟା ହୋଇଛନ୍ତି। କାରଣ ଋଷଭଙ୍କୁ ଉର୍ବଶୀ ଗୋଟିଏ ଦିନ ବିଳମ୍ବରେ ଟ୍ବିଟ୍ କରି ଶୁଭେଚ୍ଛା ଜଣାଇଥିଲେ। ଉର୍ବଶୀଙ୍କ ଟ୍ବିଟ୍ ପଦାକୁ ଆସିବା ପରେ ଋଷଭଙ୍କ କିଛି ପ୍ରଶଂସକ ବିଶ୍ବକପ୍ ପୂର୍ବରୁ ଆମ ପିଲାଙ୍କ ଧ୍ୟାନଭ୍ରଷ୍ଟ କରନି ବୋଲି ତାଙ୍କୁ କଟାକ୍ଷ କରିଥିଲେ। ଆଉ କେକେତ ଉର୍ବଶୀଙ୍କୁ ଟ୍ବିଟର୍ରେ ବି ବ୍ଲକ୍ କରିଦିଅ ବୋଲି ଋଷଭଙ୍କୁ ପରାମର୍ଶ ଦେଇଥିଲେ। ସୂଚନାଯୋଗ୍ୟ ଯେ ଉର୍ବଶୀ ଓ ଋଷବ ୨୦୧୮ ମସିହାରେ ପରସ୍ପରକୁ ପ୍ରେମ କରୁଥିଲେ। ତେବେ କିଛି ଦିନ ପରେ ସେମାନେ ଅଲଗା ହୋଇଯାଇଥିଲେ। ଏପରିକି ଋଷଭ ସୁନ୍ଦରୀ ଉର୍ବଶୀଙ୍କ ମୋବାଇଲ୍ ନମ୍ବରକୁ ବ୍ଲକ୍ କରି ଦେଇଥିଲେ।
Advertisment
Sambad is now on WhatsApp
Join and get latest news updates delivered to you via WhatsApp