ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ଉର୍ବଶୀ ରୌତେଲାଙ୍କ ଏକ ବଡ଼ ବୟାନ ସାମ୍ନାକୁ ଆସିଛି। କ୍ରିକେଟର ହାର୍ଦିକ ପାଣ୍ଡ୍ୟାଙ୍କ ସହ ପ୍ରେମ ସଂପର୍କ ଥିବା ନେଇ ହେଉଥିବା ଚର୍ଚ୍ଚାକୁ ଗୁଜବ ବୋଲି କହିବା ସହ ଏଭଳି କାମ ତାଙ୍କ ପୂର୍ବ ପ୍ରବନ୍ଧକର ବୋଲି କହିଛନ୍ତି ଉର୍ବଶୀ। ହାର୍ଦିକଙ୍କ ସହ ମୋର କୌଣସି ପ୍ରେମ ସଂପର୍କ ନାହିଁ। ଏ ସବୁ ମୋର ପୂର୍ବ ପ୍ରବନ୍ଧକ ମୋ ଉପରେ ରାଗ ରଖି କରିଛନ୍ତି। ମୁଁ ଇଂଲଣ୍ଡରେ ଥାଇ ମଧ୍ୟ ବିଶ୍ୱକପ୍ ମ୍ୟାଚ୍ ଦେଖିବାକୁ ଯାଇ ନଥିଲି ବୋଲି ଜଣାଇଛନ୍ତି ଉର୍ବଶୀ। ଇନ୍ଷ୍ଟାଗ୍ରାମରେ ଏକ ଲମ୍ବା ପୋଷ୍ଟ ଲେଖି, ମୋର ପୂର୍ବ ପ୍ରବନ୍ଧକ ନିଶାଗ୍ରସ୍ତ ରହିବା ସହ ଏବେ ଜେଲରେ ଅଛିନ୍ତି। ସେ ହିଁ ଏଭଳି ଅପଚର୍ଚ୍ଚା ଆରମ୍ଭ କରିଛନ୍ତି। ସେ ମୋତେ ପ୍ରଥମେ ବ୍ଲାକ୍ମେଲ କରିବାକୁ ଚେଷ୍ଟା କରିଥିଲେ। ମିଡିଆ ସତ୍ୟତା ନ ଜାଣି ଏହି ଚର୍ଚ୍ଚା ଉପରେ ବିଶ୍ୱାସ କରୁଛି। କୌଣସି ଲୋକ ସହ ତୁମେ କାମ କରିବା ବନ୍ଦ କରିଦେବା ପରେ ସେ ତୁମ ନାଁରେ ଏଭଳି ଚର୍ଚ୍ଚା କରିବା ଅତ୍ୟନ୍ତ ଦୁଃଖର କଥା। ମୋତେ ଏ ସମ୍ମାନ ଅନେକ କଷ୍ଟ କରିବା ପରେ ମିଳିଛି ବୋଲି ଲେଖିଥିଲେ ଉର୍ବଶୀ।
ପାଣ୍ଡ୍ୟାଙ୍କ ସହ ପ୍ରେମ ସଂପର୍କକୁ ଉର୍ବଶୀଙ୍କ ଖଣ୍ଡନ
/sambad/media/post_attachments/wp-content/uploads/2019/06/Untitled-2-21.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)