ଅଷ୍ଟିନ୍: ଫିନ୍ଲାଣ୍ଡ୍ ଜନ୍ମିତ ଫେରାରି ଚାଳକ କିମି ରାଇକୋନେନ୍ ରବିବାର ୟୁଏସ୍ ଗ୍ରାଁ ପ୍ରି ନିଜ ନାମରେ କରିଛନ୍ତି। ଏଥି ସହ ରାଇକୋନେନ୍ (୩୯ ବର୍ଷ) ସଂପ୍ରତି ଫର୍ମୁଲା ୱାନ୍ ଜିତିବାର ବୟସ୍କ ଚାଳକ ହୋଇଛନ୍ତି। ତାଙ୍କ ପୂର୍ବରୁ ବ୍ରିଟେନ୍ର ନିଗେଲ୍ ମାନସେଲ୍ ୪୧ ବର୍ଷ ବୟସରେ ଟ୍ରଫି ଜିତିଥିଲେ। ରାଇକୋନେନ୍ ୧:୩୪:୧୮.୬୪୩ ସମୟ ନେଇ ରେସ୍ ଶେଷ କରିଥିଲା ବେଳେ ରେଡ୍ବୁଲ୍ର ମ୍ୟାକ୍ସ ଭର୍ସ୍ତାପେନ୍ ଦ୍ବିତୀୟରେ ରହିଥିଲେ। ପଞ୍ଚମ ଫର୍ମୁଲା ୱାନ୍ ମୁକୁଟ ପକ୍କା କରିବା ଆଶା ରଖିଥିବା ବ୍ରିଟନ୍ର ମର୍ସିଡିଜ୍ ଚାଳକ ଲୁଇସ୍ ହାମିଲଟନ୍ ତୃତୀୟ ସ୍ଥାନରେ ରେସ୍ ଶେଷ କରିଥିଲେ। ଫେରାରିର ସେବସ୍ତିଆନ୍ ଭିଟଲ୍ ଚତୁର୍ଥ ଓ ମର୍ସିଡିଜ୍ର ଭୋଲାଟାରି ବୋଟ୍ଟାସ ପଞ୍ଚମ ସ୍ଥାନରେ ରହିଥିଲେ।
ୟୁଏସ୍ ଗ୍ରାଁ ପ୍ରି ଜିତିଲେ ରାଇକୋନେନ
/sambad/media/post_attachments/wp-content/uploads/2018/10/1-Kimi-Raikkonen.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)