ଲୋୱା: ସମ୍ମାନଜନକ ୟୁଏସ୍ ଓପନ୍ ସୁପର ୩୦୦ ବ୍ୟାଡ୍ମିଣ୍ଟନ୍ ପ୍ରତିଯୋଗିତାରେ ଭାରତୀୟ ଲଳନା ତନ୍ବୀ ଶର୍ମା ଜୟଯାତ୍ରା ଜାରି ରଖି ଫାଇନାଲ୍ ସ୍ଥାନ ପକ୍କା କରିଛନ୍ତି। ସେହିଭଳି ପୁରୁଷ ଏକକରେ ଆୟୁଷ ସେଟ୍ଟୀ ଐତିହାସିକ ସଫଳତା ସହ ଫାଇନାଲ୍ରେ ସ୍ଥାନ ସୁରକ୍ଷିତ କରି ନେଇଛନ୍ତି।
ରବିବାର ୧୬ବର୍ଷୀୟା ତନ୍ବୀ ମହିଳା ଏକକ ସେମିଫାଇନାଲ୍ରେ ସପ୍ତମ ମାନ୍ୟତାପ୍ରାପ୍ତ ୟୁକ୍ରେନ୍ର ପୋଲିନା ବୁରୋଭାଙ୍କୁ ମାତ୍ର ୩୪ ମିନିଟ୍ରେ ୨୧-୧୪, ୨୧-୧୬ରେ ହରାଇଥିଲେ। ଏଥିସହ ତନ୍ବୀ ଏହି ୟୁକ୍ରେନ୍ ଖେଳାଳିଙ୍କ ବିପକ୍ଷରେ ଦ୍ବିତୀୟ ବିଜୟ ଅର୍ଜନ କରିବା ସହ ବିଶ୍ବ ଟୁର୍ ଇଭେଣ୍ଟ୍ର ଫାଇନାଲ୍ ପହଞ୍ଚିବାରେ ସବୁଠୁ କନିଷ୍ଠ ଭାରତୀୟ ହେବାର ଗୌରବ ଅର୍ଜନ କରିଛନ୍ତି। ଫାଇନାଲ୍ରେ ସେ ଶୀର୍ଷ ମାନ୍ୟତାପ୍ରାପ୍ତ ଆମେରିକାର ବିୱେନ୍ ଝାଙ୍ଗଙ୍କୁ ଭେଟିବେ। ପୁରୁଷ ଏକକରେ ଚତୁର୍ଥ ମାନ୍ୟତାପ୍ରାପ୍ତ ଆୟୁଷ କଡ଼ା ସଂଘର୍ଷ ପରେ ୨୧-୨୩, ୨୧-୧୫, ୨୧-୧୪ରେ ବିଶ୍ବର ୬ ନମ୍ବର ଚାଇନିଜ୍ ତାଇପେର ଚୌଉ ତିନ ଚେନ୍ଙ୍କୁ ପରାସ୍ତ କରିଥିଲେ। ଫାଇନାଲ୍ରେ ଆୟୁଷ ତୃତୀୟ ମାନ୍ୟତାପ୍ରାପ୍ତ କାନାଡ଼ାର ବ୍ରାଏନ ୟଙ୍ଗ୍ଙ୍କୁ ଭେଟିବେ। ୟଙ୍ଗ ୨୧-୧୦, ୨୧-୧୨ରେ ଚାଇନିଜ୍ ତାଇପେର ଲିଆଓ ଝୁଓ-ଫୁଙ୍କୁ ପରାସ୍ତ ହରାଇଥିଲେ।
ୟୁଏସ୍ ଓପନ୍ ବ୍ୟାଡ୍ମିଣ୍ଟନ୍, ଫାଇନାଲ୍ରେ ତନ୍ବୀ, ଆୟୁଷ
ସମ୍ମାନଜନକ ୟୁଏସ୍ ଓପନ୍ ସୁପର ୩୦୦ ବ୍ୟାଡ୍ମିଣ୍ଟନ୍ ପ୍ରତିଯୋଗିତାରେ ଭାରତୀୟ ଲଳନା ତନ୍ବୀ ଶର୍ମା ଜୟଯାତ୍ରା ଜାରି ରଖି ଫାଇନାଲ୍ ସ୍ଥାନ ପକ୍କା କରିଛନ୍ତି। ସେହିଭଳି ପୁରୁଷ ଏକକରେ ଆୟୁଷ ସେଟ୍ଟୀ ଐତିହାସିକ ସଫଳତା ସହ ଫାଇନାଲ୍ରେ ସ୍ଥାନ ସୁରକ୍ଷିତ କରି ନେଇଛନ୍ତି।
/sambad/media/media_files/2025/06/30/lazvbgdsuyt-2025-06-30-08-08-47.jpg)