ଭୁବନେଶ୍ବର: ୟୁଏସ୍ ଓପନ୍ ବ୍ୟାଡ୍ମିଣ୍ଟନ୍ ପ୍ରତିଯୋଗିତାରେ ଭାରତର ତନ୍ବୀ ଶର୍ମା ବଡ଼ ବିପର୍ଯ୍ୟୟ ସୃଷ୍ଟି କରିଛନ୍ତି। ଐତିହାସିକ ପ୍ରଦର୍ଶନ କରି ମହିଳା ଏକକର ପ୍ରଥମ ରାଉଣ୍ଡ୍ରେ ବିଶ୍ବମାନ୍ୟତାର ୨୩ତମ ସ୍ଥାନରେ ଥିବା ତଥା ଦ୍ବିତୀୟ ସିଡ୍ ଭିଏତ୍ନାମର ଏନ୍ଗୁଏନ୍ ତଉଏ ଲିନ୍ଙ୍କୁ ୨୧-୧୯, ୨୧-୯ରେ ହରାଇ ପ୍ରିକ୍ବାର୍ଟରରେ ପ୍ରବେଶ କରିଛନ୍ତି। ପୂର୍ବତନ ବିଶ୍ବ ନଂ-୧ କିଦାମ୍ବି ଶ୍ରୀକାନ୍ତ ପ୍ରଥମ ରାଉଣ୍ଡ୍ରୁ ବିଦାୟ ନେଇଛନ୍ତି। ତାଙ୍କୁ ପ୍ରଥମ ରାଉଣ୍ଡ୍ରେ ବିଶ୍ବମାନ୍ୟତାର ୭୭ତମ ସ୍ଥାନରେ ଥିବା ଇଂଲଣ୍ଡର ହାରି ହୁଆଙ୍ଗ ୨୧-୧୯, ୨୧-୧୪ରେ ପରାସ୍ତ କରିଛନ୍ତି।
ସେହିପରି ଅନ୍ୟ ୩ଭାରତୀୟ ପ୍ରିୟାଂଶୁ ରଜାୱତ, ଶଙ୍କର ସୁବ୍ରମଣ୍ୟମ ଓ ରିତ୍ବିକ ସଂଜୀବ ସତୀଶ ମଧ୍ୟ ପ୍ରଥମ ରାଉଣ୍ଡ ବାଧା ପାର କରିପାରି ନାହାନ୍ତି। ଆୟୁଷ ସେଟ୍ଟୀ ଓ ତରୁଣ ମନେପାଲି କିନ୍ତୁ ଦ୍ବିତୀୟ ରାଉଣ୍ଡ୍ରେ ସ୍ଥାନ ସୁରକ୍ଷିତ କରି ନେଇଛନ୍ତି। ବିଶ୍ବମାନ୍ୟତାର ୩୪ତମ ସ୍ଥାନରେ ଥିବା ସେଟ୍ଟୀ ଡେନମାର୍କର ମ୍ୟାଗ୍ନସ ଜୋହାନସେନଙ୍କୁ ୨୧-୧୭, ୨୧-୧୯ ଏବଂ ମାନେପାଲି ଫ୍ରାନ୍ସର ଅର୍ଣ୍ଣଡ ମର୍କେଲଙ୍କୁ ୧୯-୨୧, ୨୧-୧୮, ୨୧-୧୮ରେ ହରାଇଥିଲେ। ମହିଳା ଏକକରେ ଈରା ଶର୍ମା ପରବର୍ତ୍ତୀ ରାଉଣ୍ଡକୁ ଯାଇଥିଲା ବେଳେ ତାନ୍ୟା ହେମନ୍ତ ଓ ଶ୍ରୀୟାଂସୀ ଭାଲିସେଟ୍ଟୀ ବିଦାୟ ନେଇଛନ୍ତି।