ଆମେରିକାକୁ ୧୫ ବର୍ଷ ପରେ ପୁଣି ମିଳିଲା ଦିନିକିଆ ଟିମର ମାନ୍ୟତା, ଓମାନ ମଧ୍ୟ ‘ଏଲିଟ କ୍ଲବ’ରେ ସାମିଲ

ଦୁବାଇ: ବିଶ୍ୱର ସବୁଠାରୁ ଶକ୍ତିଶାଳୀ ରାଷ୍ଟ୍ର ଆମେରିକା ଏବଂ ଓମାନର ଟିମ ପୁଣି ଥରେ ଦିନିକିଆ ଅନ୍ତର୍ଜାତୀୟ ଟିମର ମାନ୍ୟତା ହାସଲ କରିଛି। ଏହି ୨ଟିମ ଆଇସିସି ବିଶ୍ୱକପ କ୍ରିକେଟ ଲିଗ ଡିଭିଜନ-୨ରେ ପ୍ରଶଂସନୀୟ ପ୍ରଦର୍ଶନ କରିବା ପରେ ଏହି ମାନ୍ୟତା ମିଳିଛି। ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି)ର ୱେବସାଇଟରେ ଏହି ସୂଚନା ଦିଆଯାଇଛି। ଆମେରିକାକୁ ୧୫ ବର୍ଷ ପରେ ଦିନିକିଆ ଟିମର ମାନ୍ୟତା ମିଳିଛି। ଏହା ପୂର୍ବରୁ ଆମେରିକା ୨୦୦୪ରେ ଏହି ମାନ୍ୟତା ହାସଲ କରିଥିଲା। ଆମେରିକା ସେତେବେଳେ ଆଇସିସି ଚାମ୍ପିଅନସ ଟ୍ରଫିରେ ଭାଗ ନେଇଥିଲା।

ଆଇସିସି ବିଶ୍ୱ କ୍ରିକେଟ ଲିଗ ଡିଭିଜନ-୨ରେ ଓମାନ ନାମିବିଆ ବିପକ୍ଷରେ ରୋମାଂଚକ ମ୍ୟାଚରେ ବିଜୟ ହାସଲ କରିଛି। ଓମାନ ମଧ୍ୟ ନିଜର ସମସ୍ତ ମ୍ୟାଚ ଜିତିଛି। ପାପୁଆ ନ୍ୟୁ ଗିନି ବିପକ୍ଷରେ ଖେଳାଯାଇଥିବା ମ୍ୟାଚକୁ ଓମାନ ଜିତଛି।

ହଙ୍ଗକଙ୍ଗକୁ ହରାଇ ଆମେରିକା ଦିନିକିଆ ମାନ୍ୟତା ହାସଲ କରିଛି। ଆମେରିକା ବୁଧବାର ଜାଭିଅର ମାର୍ଶଲଙ୍କ ଶତକ (୧୦୦ ରନ୍‌) ବଳରେ ୮ ଓ୍ଵିକେଟ ହରାଇ ୨୮୦ ରନ କରିଥିଲା। ହଙ୍ଗକଙ୍ଗର ଟିମ ଏହାର ଜବାବରେ ୧୯୬ କରିଥିଲା। ଆମେରିକା ଓ ଓମାନର ଟିମ ଲିଗ-୨ରେ ସ୍କଟଲାଣ୍ଡ, ନେପାଳ ଏବଂ ସଂଯୁକ୍ତ ଆରମ ଇମିରାତ ସହିତ ଆସିଯାଇଛି।

ସମ୍ବନ୍ଧିତ ଖବର