ଥାଇଲାଣ୍ଡ୍‌କୁ ୧୩-୦ରେ ହରାଇଲା ଆମେରିକା

ପ୍ୟାରିସ୍‌: ଚଳିତ ଫିଫା ମହିଳା ବିଶ୍ବକପ୍‌ରେ ବୁଧବାର ଗ୍ରୁପ୍‌-ଏଫ୍‌ରେ ଆମେରିକା ବଡ଼ ବିଜୟ ପାଇଛି। ଷ୍ଟ୍ରାଇକର୍‌ ଆଲେକ୍ସ ମୋର୍ଗାନ୍‌ଙ୍କ ୫ ଗୋଲ୍‌ ବଳରେ ଆମେରିକା ୧୩-୦ରେ ଥାଇଲାଣ୍ଡ୍‌କୁ ପରାସ୍ତ କରିଦେଇଛି। ଏଥି ସହିତ ଆମେରିକା ମଧ୍ୟ କୌଣସି ପୁରୁଷ ହେଉ ବା ମହିଳା ବିଶ୍ବକପ୍‌ରେ ସର୍ବବୃହତ୍‌ ବ୍ୟବଧାନର ବିଜୟ କୀର୍ତିମାନ ପାଇଛି। ଏହି ମ୍ୟାଚ୍‌ରେ ମୋଟ ୭ ଜଣ ଆମେରିକୀୟ ଗୋଲ୍‌ କରିଥିଲେ। ସେମଧ୍ୟରେ ମୋର୍ଗାନ୍‌ (୫)ଙ୍କ ବ୍ୟତୀତ ଲାଭେଲେ ଓ ମେୱିସ୍‌ ୨ ଲେଖାଏଁ, ହୋରାନ୍‌, ଗୋନ୍‌ ରାପିନୋଇ, ମାଲୋରି ପୁଗ୍‌ ଓ କାର୍ଲି ଲୟଡ୍‌ ଗୋଟିଏ ଲେଖାଏଁ ଗୋଲ୍‌ ଦେଇଥିଲେ। ଏହା ପୂର୍ବରୁ ଉଭୟ ଦଳର ମୁହାଁମୁହିଁରେ ଆମେରିକା ୯-୦ ଗୋଲ୍‌ରେ ଥାଇଲାଣ୍ଡ୍‌କୁ ପରାସ୍ତ କରିଥିଲା। ବୁଧବାରର ଅନ୍ୟ ଏକ ମ୍ୟାଚ୍‌ରେ ନାଇଜେରିଆ ୨-୦ ଗୋଲ୍‌ରେ ଦକ୍ଷିଣ କୋରିଆକୁ ପରାସ୍ତ କରିଦେଇଛି। ଏହି ବିଶ୍ବକପ୍‌ର ମଙ୍ଗଳବାର ଶେଷ ମ୍ୟାଚ୍‌ରେ ସ୍ବିଡେନ୍‌ ୨-୦ ଗୋଲ୍‌ରେ ଚିଲିକୁ ପରାସ୍ତ କରିଥିଲା।

ସମ୍ବନ୍ଧିତ ଖବର