ଆମେରିକା, ଓମାନ୍‌କୁ ଦିନିକିଆ ମାନ୍ୟତା

ଦୁବାଇ: ଆମେରିକା ଏବଂ ଓମାନ୍‌ କ୍ରିକେଟ୍‌ ଦଳ ପ୍ରଥମ ଥର ଲାଗି ଆନ୍ତର୍ଜାତିକ କ୍ରିକେଟ୍‌ ପରିଷଦ (ଆଇସିସି) ଦ୍ବାରା ଦିନିକିଆ ମାନ୍ୟତା ପାଇଛନ୍ତି। ଜାଭିୟର୍‌ ମାର୍ସାଲଙ୍କ ଶତକ ବଳରେ ହଂକଂକୁ ୮୪ ରନ୍‌ରେ ପରାସ୍ତ କରିଥିବା ଆମେରିକା ତା’ର କ୍ରିକେଟ୍‌ ଇତିହାସରେ ପ୍ରଥମ ଥର ଲାଗି ଦିନିକିଆ ମାନ୍ୟତା ହାତେଇ ନେଇଛି। ସେହିପରି ୪ ବର୍ଷ ତଳେ ଆଇସିସି ଟ୍ବେଣ୍ଟି-୨୦ ମାନ୍ୟତା ଲାଭ କରିଥିବା ଓମାନ୍‌ ୪ ୱିକେଟ୍‌ରେ ନାମିବ୍ୟାକୁ ପରାସ୍ତ କରି ଦ୍ବିତୀୟ ଦଳ ଭାବେ ଦିନିକିଆ ମାନ୍ୟତା ହାସଲ କରିଛି।

ସମ୍ବନ୍ଧିତ ଖବର