ଭୁବନେଶ୍ବର: ଓଡ଼ିଶାର ସର୍ବପୂରାତନ ସାମରିକ ଶିକ୍ଷା ଅନୁଷ୍ଠାନ ଉତ୍କଳ କରାଟେ ସ୍କୁଲ୍ର ୪୨ତମ ପ୍ରତିଷ୍ଠା ଦିବସ ସୋମବାର ଜାତୀୟ କ୍ରୀଡ଼ା ଦିବସ ଅବସରରେ ସ୍କୁଲ୍ ପରିସରରେ ଆୟୋଜିତ ହୋଇଯାଇଛି। ଏହି ଅବସରରେ ୬ ଜଣ ବରିଷ୍ଠ କ୍ରୀଡ଼ା ସାମ୍ବାଦିକ, ଲେଖକ ତଥା ପ୍ରୋତ୍ସାହକଙ୍କୁ ସମ୍ବର୍ଧିତ କରିଛି ସ୍କୁଲ। କ୍ରୀଡ଼ା ପ୍ରଶାସକ ଭାବେ ୩ ଦଶନ୍ଧୀ ଧରି କାର୍ଯ୍ୟ କରିଥିବା ଓଡ଼ିଶା କ୍ରୀଡ଼ା ଜଗତର ଅତି ପରିଚିତ ଓ ସମ୍ମାନିତ ଅଶୋକ ମହାନ୍ତିଙ୍କୁ ଜୀବନବ୍ୟାପୀ ସାଧନା ସମ୍ମାନ ପ୍ରଦାନ କରାଯାଇଛି। ବରିଷ୍ଠ କ୍ରୀଡ଼ା ସାମ୍ବାଦିକ ବିଜୟ କୁମାର ରଣା (ଧରିତ୍ରୀ), ପ୍ରତାପ ଚନ୍ଦ୍ର ପ୍ରଧାନ (ସମାଜ), ବିମଳ କୁମାର ରାଉଳ (ପ୍ରମେୟ), ସୁଶାନ୍ତ କୁମାର ସାହୁ (ଅର୍ଗସ) ଏବଂ ଦୂରଦର୍ଶୀ ପତ୍ରିକାର ସଂପାଦକ ତଥା କ୍ରୀଡ଼ା ପ୍ରୋତ୍ସାହକ ଦୁର୍ଗାପ୍ରସାଦ ସାମନ୍ତରାୟଙ୍କୁ ଉତ୍କଳ ସମ୍ମାନରେ ସମ୍ବର୍ଧିତ ହୋଇଛନ୍ତି। ଭୁବନେଶ୍ବର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା, ଓଡ଼ିଶା ରଗ୍ବି ଫୁଟ୍ବଲ୍ ସଂଘ ସଭାପତି ପ୍ରିୟଦର୍ଶିୀ ମିଶ୍ର, ‘ମୋ କଲେଜ’ ଅଧ୍ୟକ୍ଷ ଆକାଶ ଦାସନାୟକ, ଉତ୍କଳ କରାଟେ ସ୍କୁଲର ପ୍ରତିଷ୍ଠାତା ହରିପ୍ରସାଦ ପଟ୍ଟନାୟକ, ବରିଷ୍ଠ ଫଟୋ ସାମ୍ବାଦିକ ପୀୟୂଷ ମହାନ୍ତି ଏବଂ ସ୍ଥାନୀୟ କର୍ପୋରେଟର ରଞ୍ଜୁ ଲତା ଉପସ୍ଥିତ ଥିଲେ।
Advertisment
Sambad is now on WhatsApp
Join and get latest news updates delivered to you via WhatsApp