ଉତ୍କଳ କରାଟେ ସ୍କୁଲ୍‌ର ବେଲ୍‌ଟ ପରୀକ୍ଷା

କଟକ: ଉତ୍କଳ କରାଟେ ସ୍କୁଲ୍‌ର କଟକ ଶାଖାରେ ରବିବାର ବେଲ୍‌ଟ ପରୀକ୍ଷା ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ପ୍ରତିଷ୍ଠାତା ଡକ୍ଟର ହରି ପ୍ରସାଦ ପଟ୍ଟନାୟକଙ୍କ ପ୍ରତ୍ୟେକ୍ଷ ତତ୍ବାବଧାନରେ ୱାଇଏମ୍‌ସିଏ ପରିସରରେ ଏହା ଅନୁଷ୍ଠିତ ହୋଇଥିଲା। କଟକ ଶାଖା ପ୍ରଶିକ୍ଷକ ଗୋପାଳ ଚନ୍ଦ୍ର ଦାସ, ନିରଂଜନ ବେବର୍ତା ପଟ୍ଟନାୟକ ଏବଂ ରାମାକାନ୍ତ ବେହେରାଙ୍କ ୫୦ ଜଣ ଛାତ୍ରଛାତ୍ରୀ ଏଥିରେ ଉତ୍ତୀର୍ଣ୍ଣ ହୋଇଥି‌ଲେ। ଏହି ଅବସରରେ ଅନୁଗୁଳ ଶାଖା ପ୍ରଶିକ୍ଷକ ଜୟଦେବ ପଟ୍ଟନାୟକ ମଧ୍ୟ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର