ଉତ୍କଳ କରାଟେ ସ୍କୁଲ୍‌କୁ ଆଉ ୧୭ ପଦକ

ଭୁବନେଶ୍ବର: ‌କୋଲ୍‌କାତାର ନେତାଜୀ ଇନ୍‌ଡୋର ଷ୍ଟାଡିୟମରେ ଚା‌ଲିଥିବା ପଞ୍ଚମ ଅନ୍ତର୍ଜାତୀୟ ଆମନ୍ତ୍ରଣୀୟ କରାଟେ ପ୍ରତିଯୋଗିତାରେ ଉତ୍କଳ କରାଟେ ସ୍କୁଲକୁ ଆଉ ୧୭ ପଦକ ମିଳିଛି। ଶୁକ୍ରବାର ପ୍ରଥମ ଦିବସରେ ୮ (୪ ସ୍ବର୍ଣ୍ଣ, ୧ ରୌପ୍ୟ ଓ ୩ କାଂସ୍ୟ) ପଦକ ହାସଲ କରିଥିବା ଏହି ସ୍କୁଲ୍‌ର କରାଟେକାମାନେ ଦ୍ବିତୀୟ ଓ ତୃତୀୟ (ଶନିବାର ଓ ରବିବାର) ଦିବସରେ ଆଉ ୧୭ ପଦକ ଅମଳ କରିଛନ୍ତି। ସେଥିରେ ସାମିଲ ରହିଛି ୧୦ ସ୍ବର୍ଣ୍ଣ, ୫ ରୌପ୍ୟ ଓ ୨ କାଂସ୍ୟ। ମଧୁପ୍ରିୟା ଉଭୟ କାଟା ଓ ଫାଇଟ୍‌ରେ ସ୍ବର୍ଣ୍ଣ ଜିତିଥିଲା ବେଳେ ସାଇ ଅନିତେଜ କାଟାରେ ସ୍ବର୍ଣ୍ଣ, ଫାଇଟ୍‌ରେ ରୌପ୍ୟ, ସନତ ନାୟକ କାଟାରେ ସ୍ବର୍ଣ୍ଣ ଓ ଫାଇଟ୍‌ରେ କାଂସ୍ୟ, ପୁରୁଷୋତ୍ତମ ଯାଦବ କାଟାରେ ସ୍ବର୍ଣ୍ଣ ଫାଇଟ୍‌ରେ ରୌପ୍ୟ, ଦିବ୍ୟାଂଶୁ ପାଣ୍ଡେ କାଟାରେ ସ୍ବର୍ଣ୍ଣ ଓ ଫାଇଟ୍‌ରେ ରୌପ୍ୟ, ବିଶ୍ବଜିତ ସାମଲ କାଟାରେ ସ୍ବର୍ଣ୍ଣ ଓ ଫାଇଟ୍‌ରେ ରୌପ୍ୟ, ଅମ୍ଲାନ ପରିଡ଼ା କାଟାରେ ସ୍ବର୍ଣ୍ଣ ଓ ଫାଇଟ୍‌ରେ କାଂସ୍ୟ, ପ୍ରଜ୍ବଲ ଭୋଇ କାଟାରେ ସ୍ବର୍ଣ୍ଣ ଓ ଫାଇଟ୍‌ରେ ରୌପ୍ୟ ଏବଂ ଦେବାଶିଷ ସ୍ବାଇଁ କାଟାରେ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ଏଥି ସହିତ ତିନି ଦିନରେ ମୋଟ ୨୫ ପଦକ ଅମଳ ହୋଇସାରିଲାଣି। ଏହି ସଫଳତା ପାଇଁ ଉତ୍କଳ କରାଟେ ସ୍କୁଲର ସମସ୍ତ କର୍ମକର୍ତା ଅଭିନନ୍ଦନ ଜଣାଇଛନ୍ତି।

ସମ୍ବନ୍ଧିତ ଖବର