ଉତ୍କଳ କରାଟେ ସ୍କୁଲରେ ଜାତୀୟ ବନ୍ଧୁକ ଚାଳନା ପ୍ରସ୍ତୁତି ଶିବିର

ଭୁବନେଶ୍ବର: ଓଡ଼ିଶା ରାଇଫଲ୍‌ ସଂଘ ଓ ଗଗନ ନାରଙ୍ଗ ସ୍ପୋର୍ଟ୍ସ ଫାଉଣ୍ଡେସନ ମିଳିତ ଆନୁକୂଲ୍ୟରେ ଜାତୀୟ ବନ୍ଧୁକ ଚାଳନା ପ୍ରସ୍ତୁତି ଶିବିର ଗତ ରବିବାରଠାରୁ ଆରମ୍ଭ ହୋଇଛି। ୫ ଦିନ ଧରି ସ୍ଥାନୀୟ କରାଟେ ସ୍କୁଲ୍‌ର ଇଲେକଟ୍ରୋନିକ ରେଂଜ୍‌ରେ ଚାଲିଥିକୁ ଏହି ଶିବିରକୁ ଇଣ୍ଡୋନେସିଆର ପ୍ରଶିକ୍ଷକ ୟୁନିଆତ୍ରି ଲିୟାସ ପରିଚାଳନା କରୁଛନ୍ତି। ୟୁନିଆତ୍ରି ଗତ ୪ ବର୍ଷ ହେବ ଗଗନ ନାରଙ୍ଗ ସ୍ପୋର୍ଟ୍ସ ପ୍ରମୋସନ ଫାଉଣ୍ଡେସନ ତରଫରୁ ୧୦ ମିଟର ଏୟାର ରାଇଫଲ, ୫୦ ମିଟର ପ୍ରୋନ୍‌ ରାଇଫଲ ଓ ୫୦ ମିଟର ୩ ପୋଜିସନ ରାଇଫଲ୍‌ରେ ପ୍ରଶିକ୍ଷଣ ଦେଉଛନ୍ତି। ଏହି ୫ ଦିନିଆ ଶିବିରରେ ୟୁନିୟାତ୍ରି ଜାତୀୟ ପ୍ରତି‌ଯୋଗିତା ଲାଗି ଯୋଗ୍ୟ ବିବେଚିତ ହୋଇଥିବା ୧୪ ଜଣ ରାଇଫଲ୍‌ ବନ୍ଧୁକଚାଳକଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିବେ।

ସମ୍ବନ୍ଧିତ ଖବର