ଉତ୍କଳ କରାଟେ ସ୍କୁଲ୍‌ରେ ବ୍ଲାକ୍‌ବେଲ୍ଟ ଓ ଡାନ୍‌ ଗ୍ରେଡିଂ

ଭୁବନେଶ୍ୱର: ସ୍ଥାନୀୟ ଉତ୍କଳ କରାଟେ ସ୍କୁଲ୍‌ ପରିସରରେ କରାଟେ ଛାତ୍ରଛାତ୍ରୀଙ୍କ ବ୍ଲାକ୍‌ବେଲ୍ଟ ଓ ଉଚ୍ଚତର ଡାନ୍‌ ଗ୍ରେଡିଂ ସମ୍ପନ୍ନ ହୋଇଛି। ୨ ଦିନିଆ ପ୍ରଶିକ୍ଷଣ ଶିବିର ପରେ ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ଏଥିରେ ବିଭିନ୍ନ ଡାନ୍‌ ଗ୍ରେଡିଂରେ ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଥିଲେ। ସୁରେଶ ଚନ୍ଦ୍ରଜାଲ୍‌, ସରୋଜ କାନ୍ତ ବେହେରା ପଞ୍ଚମ ଡାନ୍‌, ଦିଲ୍ଲୀପ କୁମାର ଜେନା, ଗୋପାଳଚନ୍ଦ୍ର ଜିପ୍‌, ଗୋପାଳଚନ୍ଦ୍ର କଅଁର ତୃତୀୟ ଡାନ୍‌, ସୁଜାତା ସାହୁ, କୃଷ୍ଣଚନ୍ଦ୍ର ମହାରଣା, ଅଭିଷେକ ପଟ୍ଟନାୟକ, ବିଶ୍ୱଜିତ୍‌ ସାମଲ, ସଙ୍କେତ ନାୟକ ଦ୍ୱିତୀୟ ଡାନ୍‌, କୃଷ୍ଣଚନ୍ଦ୍ର ନାୟକ, ସୁସ୍ମିନ୍‌ ପାଲଟାସିଂହ, ଅନୁରାଧା ପାତ୍ର, ଜିତେନ୍ଦ୍ର କୁମାର ଦାସ, ଲୋମା ସ୍ୱାଇଁ, ସାଗରିକା ହରିଚନ୍ଦନ, ଅନୁଷ୍କା ପ୍ରି୍ରୟଦର୍ଶିନୀ, ଚନ୍ଦ୍ରଶେଖର ପଣ୍ଡା, ତୁଷାରକାନ୍ତ ନାୟକ, ଆଶୁତୋଷ ମହାପାତ୍ର, ମଧୁପ୍ରିୟା, ରିତେଶ ମହାନ୍ତି, ଅଭିନାଶ ମହାପାତ୍ର, ଆଦିତ୍ୟ କୁମାର, ଜୟକୃଷ୍ଣ ପାଣି, ରଂଜନ ପାତ୍ର ପ୍ରଥମ ଡାନ୍‌ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ।

ସମ୍ବନ୍ଧିତ ଖବର