୫ ଜଣଙ୍କୁ ମିଳିଲା ଉତ୍କଳ କ୍ରୀଡ଼ା ସାମ୍ବାଦିକ ପୁରସ୍କାର

ଭୁବନେଶ୍ୱର: ଓଡ଼ିଶା କ୍ରୀଡ଼ା ଜଗତକୁ ସମୃଦ୍ଧ କରିଥିବା ୫ ଜଣ କ୍ରୀଡ଼ା ସାମ୍ବାଦିକଙ୍କୁ ବୁଧବାର ଉତ୍କଳ କରାଟେ ସ୍କୁଲର ପ୍ରତିଷ୍ଠା ଦିବସ ଅବସରରେ ସମ୍ମାନୀତ କରାଯାଇଛି। ଉତ୍କଳ କ୍ରୀଡ଼ା ସମ୍ବାଦିକ ପୁୁରସ୍କାର ପାଇଥିବା ସାମ୍ବାଦିକମାନେ ହେଲେ ସନାତନ ପାଣି, ସୁଶାନ୍ତ ମହାନ୍ତି, ସମ୍ବିତ ମହାପାତ୍ର, ସମୀକ୍ଷା ପଟ୍ଟନାୟକ ଏବଂ ସୁରେଶ ସ୍ୱାଇଁ। ଏହି ପୁୁରସ୍କାର ପ୍ରଦାନ ଉତ୍ସବରେ ଅତିଥି ଭାବେ ବରିଷ୍ଠ ପ୍ରଶାସନ ଅଧିକାରୀ ବିଷ୍ଣୁପଦ ସେଠୀ, ପଦ୍ମଶ୍ରୀ ଦିଲୀପ ତିର୍କି, ମେୟର ଅନନ୍ତ ନାରାୟଣ ଜେନା, ବିଧାୟକ ପ୍ରିୟଦର୍ଶୀ ମିଶ୍ର, କର୍ପୋରେଟର ଦେବାଶିଷ ସିଟ, ପୂର୍ଣ୍ଣଚନ୍ଦ୍ର ମହାନ୍ତି ଯୋଗଦେଇଥିଲେ। ଏହି ଅବସରରେ କରାଟେ ସ୍କୁଲ୍‌ରେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା।

ସମ୍ବନ୍ଧିତ ଖବର