ଜାମସେଦପୁର: ଟାଟା ଫୁଟ୍ବଲ୍ ଏକାଡେମିର ଦ୍ୱାଦଶ ଦୀକ୍ଷାପ୍ତ ଉତ୍ସବ ଗୁରୁବାର ଜାମସେଦପୁରଠାରେ ଅନୁଷ୍ଠିତ ହୋଇଯାଇଛି। ୭ ରାଜ୍ୟରୁ ୧୯ ଜଣ ଫୁଟ୍ବ୍ଲ୍ ପ୍ରତିଭା ଉତ୍ତୀର୍ଣ୍ଣ ହୋଇଥିଲେ। ଏମାନଙ୍କ ମଧ୍ୟରେ ଓଡ଼ିଶା ପ୍ରକାଶ ନାଏକ ରହିଛନ୍ତି। ମୋଟ ଉତ୍ତୀର୍ଣ୍ଣଙ୍କ ମଧ୍ୟରୁ ୫ ଜଣ ବିଭିନ୍ନ ବୟସ ବର୍ଗରେ ଭାରତୀୟ ଦଳରୁ ଖେଳି ସାରିଛନ୍ତି। ୪ ବର୍ଷିଆ ଏହି ଆବାସିକ ଫୁଟ୍ବଲ୍ ପ୍ରଶିକ୍ଷଣ ଅବସରରେ ଟିଏଫ୍ଏ ଦେଶରେ ଯେଉଁ ୪ଟି ପ୍ରମୁଖ ସଫଳତା ଅର୍ଜନ କରିଥିଲା ସେ ମଧ୍ୟରେ ଭୁବନେଶ୍ୱରର ଟାଟା ଉତ୍କଳିକା କପ୍ ଫୁଟ୍ବଲ୍ ପ୍ରତିଯୋଗିତାରେ ବିଜେତା ଗୌରବ ରହିଛି। ସେହିଭଳି ୨୦୧୬ରେ ଆଇଏଫ୍ଏ ସିଲ୍ଡ ଏବଂ ଜେଏସ୍ଏ ଲିଗ୍ରେ ମଧ୍ୟ ଟିଏଫ୍ଏ ବିଜେତା ହୋଇଥିଲା। ଏହା ବ୍ୟତୀତ କୋଲ୍କାତା ଲିଗ୍ରେ ଟିଏଫ୍ଏ ୧୮ ବର୍ଷରୁ କମ୍ ବର୍ଗରେ ଉପ ବିଜେତା ହୋଇଥିଲା। ୧୯୮୭ ମସିହାରେ ପ୍ରତିଷ୍ଠିତ ଟିଏଫ୍ଏ ଅଦ୍ୟାବଧି ୨୧୩ ଜଣ ଖେଳାଳିଙ୍କୁ ଗଢ଼ି ତୋଳିଛି ଯେଉଁମାନଙ୍କ ମଧ୍ୟରୁ ୧୪୧ ଜଣ ଦେଶ ପାଇଁ ବିଭିନ୍ନ ବର୍ଗରେ ପ୍ରତିନିଧିତ୍ୱ କରିସାରିଛନ୍ତି। ଏବେଠାରୁ ଖେଳ ଜୀବନ ଆରମ୍ଭ ହେଲା ବୋଲି କହିଥିଲେ ଭାରତୀୟ ତାରକା ତଥା ପୂର୍ବତନ ଟିଏଫ୍ଏ ପ୍ରଶିକ୍ଷାର୍ଥୀ ଉଦାନ୍ତ ସିଂହ। ଟାଟା ଷ୍ଟିଲ୍ ପାଇଁ ଖେଳ ଜୀବନର ବାଟ ପାଲଟିଛି ବୋଲି କହିଥିଲେ ସିିଇଓ ତଥା ଏମ୍ଡି ଟିଭି ନରେନ୍ଦ୍ରନ୍।
ଟିଏଫ୍ଏ ଦୀକ୍ଷାନ୍ତ ଉତ୍ସବରେ ଉତ୍କଳିକା କପ୍
/sambad/media/post_attachments/wp-content/uploads/2018/07/11-TFA.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)