ଅନ୍ତଃବିଶ୍ବବିଦ୍ୟାଳୟ କ୍ରୀଡ଼ାରେ ଉତ୍କଳର ସଫଳତା

ଭୁବନେଶ୍ବର: ବାରିପଦାର ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ବବିଦ୍ୟାଳୟ ଆନୁକୂଲ୍ୟରେ ଆୟୋଜିତ ପ୍ରଥମ ରାଜ୍ୟସ୍ତରୀୟ ଅନ୍ତଃବିଶ୍ବବିଦ୍ୟାଳୟ କ୍ରୀଡ଼ା ପ୍ରତିଯୋଗିତାରେ ଉତ୍କଳ ବିଶ୍ବବିଦ୍ୟାଳୟ ବିପୁଳ ସଫଳତା ଅର୍ଜନ କରିଛି। ଏହି ବିଶ୍ବବିଦ୍ୟାଳୟ ପୁରୁଷ ଓ ମହିଳା ଭଲିବଲ୍‌ ସାଙ୍ଗକୁ ପୁରୁଷ ଓ ମହିଳା ବାସ୍କେଟ୍‌ବଲ୍‌ରେ ବିଜେତା, କବାଡ଼ିରେ ପୁରୁଷ ବିଜେତା ଏବଂ ମହିଳା ଉପବିଜେତା ହୋଇଥିଲେ।

ସେହିପରି ଫୁଟ୍‌ବଲ୍‌ରେ ପୁରୁଷ ଓ ମହିଳା ଉପବିଜେତା ହୋଇଥିଲା ବେଳେ କ୍ରିକେଟ୍‌ରେ ପୁରୁଷ ଦଳ ଉପବିଜେତା ହୋଇଥିଲା। ଏହା ବ୍ୟତୀତ ଇନ୍‌ଡୋର ପ୍ରତିଯୋଗିତାରେ ପୁରୁଷ ଚେସ୍‌ ଦଳ ବିଜେତା ହୋଇଥିଲା ବେଳେ ବ୍ୟାଡ୍‌ମିଣ୍ଟନରେ ଉଭୟ ପୁରୁଷ ଓ ମହିଳା ଦଳ ତୃତୀୟ ସ୍ଥାନ ପାଇଥିଲା। ଏହି ସଫଳତା ପାଇଁ ଉତ୍କଳ ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ, କୁଳସଚିବ ଡକ୍ଟର ଅଭୟ କୁମାର ନାୟକ, ବିତ୍ତ ନିୟଂତ୍ରକ ସୁରେନ୍ଦ୍ର କୁମାର ସାହୁ, ପରୀକ୍ଷା ନିୟଂତ୍ରକ ଶରତ କୁମାର ମାଝୀ, କ୍ରୀଡ଼ା ପରିଷଦର ନିର୍ଦ୍ଦେଶକ ଡକ୍ଟର ଚିନ୍ମୟ ପ୍ରଧାନ ଖେଳାଳିମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ସମ୍ବନ୍ଧିତ ଖବର