ବେବି ଫିଲ୍ଟରରେ ଯୁବରାଜ, ହାଜେଲଙ୍କ ପିଲାଳିଆମି

ନୂଆଦିଲ୍ଲୀ : ଏବେ ବହୁଳ ମାତ୍ରାରେ ଭାଇରାଲ ହେଉଥିବା ବେବି ଫିଲ୍ଟରର ମଜା ଉଠାଇଛନ୍ତି ପୂର୍ବତନ କ୍ରିକେଟର ଯୁବରାଜ ସି˚ହ ଓ ତାଙ୍କ ଅଭିନେତ୍ରୀ ପତ୍ନୀ ହାଜେଲ କିଚ୍‌। ଏହି ଫିଲ୍ଟରରେ ଉଭୟ ସେମାନଙ୍କର ପିଲାଳିଆମି ଅନ୍ଦାଜରେ ଫଟୋ ଉଠାଇ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରିଛନ୍ତି। ତେବେ ଫଟୋ ଜବାବରେ ଯୁବରାଜ ତାଙ୍କ ଅବସରରୁ ପୁଣିଥରେ କ୍ରିକେଟକୁ ଫେରିଆସିବା ନିଷ୍ପତ୍ତି ଉପରେ ପ୍ରଶ˚ସକମାନେ ଅଧିକ ଉତ୍ସୁକତା ଦେଖାଇଛନ୍ତି। ଯୁବରାଜ ୨୦୧୯ରେ ସମସ୍ତ ପ୍ରକାରର କ୍ରିକେଟରୁ ଅବସର ଘୋଷଣା କରିଥିଲେ। ତେବେ ପଞ୍ଜାବ ପାଇଁ ଟ୍ବେଣ୍ଟି-୨୦ କ୍ରିକେଟରେ ଖେଳିବା ପାଇଁ ସେ ଆଉ ଥରେ ଆଗ୍ରହ ଦେଖାଇଛନ୍ତି।

ସମ୍ବନ୍ଧିତ ଖବର