କଟକ: ବାରବାଟୀ ଷ୍ଟାଡିୟମସ୍ଥିତ ହର୍ସ ଗେଟ୍ ପରିସରରେ ଚାଲିଥିବା ସର୍ବଭାରତୀୟ ଆମନ୍ତ୍ରଣୀୟ କ୍ୟାରମ ପ୍ରତିଯୋଗିତାରେ ଓଡ଼ିଶାର ଟ୍ରଫି ଆଶା ମଉଳିଯାଇଛି। ତୃତୀୟ ଦିନରେ ରାଜସ୍ଥାନର ଫଜଲ ଅହମ୍ମଦ ଟ୍ରଫି ଦାବିଦାର ଥିବା ଓଡ଼ିଶାର ଭି ଆକାଶଙ୍କୁ ପରାସ୍ତ କରିଥିଲାବେଳେ ଇମ୍ତିଆଜ ହୁସେନ୍ ତାମିଲନାଡୁର ଏସ୍ ଶଙ୍କରଙ୍କୁ ପରାସ୍ତ କରି ବିପର୍ଯ୍ୟୟ ସୃଷ୍ଟି କରିଛନ୍ତି। ଅନ୍ୟ ମ୍ୟାଚଗୁଡ଼ିକ ମଧ୍ୟରେ ତେଲେଙ୍ଗାନାର ମହମ୍ମଦ ଅହମ୍ମଦ, ମହାରାଷ୍ଟ୍ରର ଏସ୍.ସୂର୍ଯ୍ୟମଣୀ, ତାମିଲନାଡୁର ଆର୍.କୁବେରନ୍, ରାଜସ୍ଥାନର ଫଜଲ ଅହମ୍ମଦ ଓ ତାମିଲନାଡୁର ଏସ୍ ଶଙ୍କର ବ୍ଲାକ୍ ସ୍ଲାମ୍ ହାସଲ କରିଥିଲେ। ପୁରୁଷ ଏକକରେ ଆର୍ କୁବେରନ୍, ଇରଫାତ୍ ଅଲ୍ଲୀ, ମହମ୍ମଦ ଅକଲାକ୍, ନାଭେଦ ଆଲାମ, ଖୁରସିଦ୍ ହାସନ ପରବର୍ତ୍ତୀ ପର୍ଯ୍ୟାୟକୁ ଉନ୍ନୀତ ହୋଇଛନ୍ତି। ମହିଳା ଏକକରେ ସନ୍ଧ୍ୟା ଘୋଷ, ଏ ସ୍ୱାତୀ ବିଜୟୀ ହୋଇଛନ୍ତି। କନିଷ୍ଠ ବାଳକରେ ସିଦ୍ଧାନ୍ତ ମହେନ୍ଦ୍ର, ସଉଦ ସେହବାଗ, ବିଜୟ ଧାଜେ, ଏସ୍ଆର୍କେ ସାକିବ କ୍ୱାର୍ଟର ଫାଇନାଲ୍ରେ ପ୍ରବେଶ କରିଛନ୍ତି। କନିଷ୍ଠ ବାଳିକାରେ ସେକ୍ ହୁସୁନା ସମିର, ଏଲ୍ ହରିପ୍ରିୟାଙ୍କୁ ହରାଇ ଫାଇନାଲ୍ରେ ପ୍ରବେଶ କରିଛନ୍ତି। ରବିବାର ପ୍ରତିଯୋଗିତା ଉଦ୍ଯାପିତ ହେବ।
ଓଡ଼ିଶା ଆଶା ମଉଳିଲା, ଭି ଆକାଶ ପରାସ୍ତ
ସର୍ବଭାରତୀୟ ଆମନ୍ତ୍ରଣୀୟ କ୍ୟାରମ
/sambad/media/post_attachments/wp-content/uploads/2018/07/7-All-india-invitational-chess.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)