କ୍ରୀଡ଼ା ପୂର୍ବରୁ ଟୋକିଓ ଅଲିମ୍ପିକ୍ସର ଅନେକ ଗାଁରେ ଟିକାକରଣ ସରିଥିବ: ବାକ୍‌

ଟୋକିଓ: ପ୍ରତିଯୋଗିତା ଆରମ୍ଭ ପୂର୍ବରୁ ଖେଳାଳି ଏବଂ ଦଳୀୟ ସଦସ୍ୟ ରହିବାକୁ ଥିବା ଟୋକିଓ ଅଲିମ୍ପିକ୍ସର ଅନେକ ଗାଁରେ ଟିକାକରଣ ‌ଶେଷ ହୋଇଥିବ ବୋଲି ଅନ୍ତର୍ଜାତୀୟ ଅଲିମ୍ପିକ୍ସ ସମିତି (ଆଇଓସି) ମୁଖ୍ୟ ଥୋମସ ବାକ ବୁଧବାର କହିଛନ୍ତି। ଆଶ୍ବାସନା ଦେଇ ଆୟୋଜକ ଖେଳାଳି ଓ ଦଳୀୟ ସଦସ୍ୟଙ୍କ ମନରୁ ମହାମାରୀ କରୋନାର ଭୟ ଦୂର କରିବାକୁ ଚେଷ୍ଟା କରିଛନ୍ତି। ଜୁଲାଇ ୨୩ ତାରିଖରୁ ଆରମ୍ଭ ହେବାକୁଥିବା ଟୋକିଓ ଅଲିମ୍ପିକ୍ସ ଆଉ ୧୦ ସପ୍ତାହରୁ କମ୍‌ ସମୟ ରହିଥିଲା ‌ବେଳେ ସଂପ୍ରତି ଜାପାନର ଅନେକ ସ୍ଥାନରେ ଜରୁରୀକାଳିନ ପରିସ୍ଥିତି ଲାଗିରହିଛି। ଅନେକ ଜାପାନୀ ମଧ୍ୟ ଚାହୁଛନ୍ତି ଯେ ପୁଣି ଥରେ ଅଲିମ୍ପିକ୍ସକୁ ସ୍ଥଗିତ କିମ୍ବା ବାତିଲ କରାଯାଉ।

ଏହାକୁ ଦେଖି ବାକ୍‌ ଚଳିତ ସପ୍ତାହରେ ଟୋକିଓ ଗସ୍ତ କରି ଆୟୋଜକ ଏବଂ ଜାପାନର ବଡ଼ ଅଧିକାରୀଙ୍କ ସହ ଆଲୋଚନା କରି ଏଭଳି ଅଭୟ ବାଣୀ ଶୁଣାଇଥିଲେ। ସେ ଆୟୋଜିତ ଭିଡିଓ ବୈଠକରେ କହିଥିଲେ, ‘‘ଆମେ ସ୍ପଷ୍ଟ କରୁଛୁ ଯେ ଅଲିମ୍ପିକ୍ସ ଗାଁ ସୁରକ୍ଷିତ ଅଛି। ଏଠାରେ ହେବାକୁଥିବା ଅଲିମ୍ପିକ୍ସ ଏବଂ ପାରାଲିମ୍ପିକ୍ସ କ୍ରୀଡ଼ା ୨୦୨୧ ସୁରକ୍ଷିତ ଭାବେ ଆୟୋଜନ ହୋଇପାରିବ।’’ ସଂପ୍ରତି ଅଲିମ୍ପିକ୍ସ ଗାଁରେ ଥିବା ୭୫ ପ୍ରତିଶତ ଲୋକ ଟିକା ନେଇ ସାରିଲେଣି। ବାକି ଥିବା ଲୋକ ପ୍ରତିଯୋଗିତା ଆରମ୍ଭ ପୂର୍ବରୁ ନେଇ ସାରିଥିବେ। ଆମେ ମଧ୍ୟ ଅତିରିକ୍ତ ଡାକ୍ତରୀ ଦଳ ରଖିବୁ। ‌କିଭଳି କରୋନାର ପ୍ରଭାବ ଏଠାରେ ନରହିବ ତା ଉପରେ ଧ୍ୟାନ ଦେବୁ ବୋଲି ବାକ୍‌ କହିଛନ୍ତି।

ସମ୍ବନ୍ଧିତ ଖବର