ନୂଆଦିଲ୍ଲୀ: ୨୦୨୩ ମସିହାରେ ବୈଭବ ସୂର୍ଯ୍ୟବଂଶୀ ୧୯ ବର୍ଷରୁ କମ୍ ବୟସର ଦିନିକିଆ ଚ୍ୟାଲେଞ୍ଜର ଟ୍ରଫିର ଏକ ମ୍ୟାଚ୍ରେ ଇଣ୍ଡିଆ-ବି ଦଳର ପ୍ରତିନିଧିତ୍ୱ କରିଥିଲେ। ଏଥିରେ ସେ ୪୯ ବଲରେ ୩୪ ରନ୍ କରି ରନ ଆଉଟ୍ ହୋଇ ଯାଇଥିଲେ।
୨୦୨୩ ମସିହାର କଥା। ୨୦୨୩ ମସିହାରେ ବୈଭବ ସୂର୍ଯ୍ୟବଂଶୀ ୧୯ ବର୍ଷରୁ କମ୍ ବୟସର ଦିନିକିଆ ଚ୍ୟାଲେଞ୍ଜର ଟ୍ରଫିର ଏକ ମ୍ୟାଚ୍ରେ ଇଣ୍ଡିଆ-ବି ଦଳର ପ୍ରତିନିଧିତ୍ୱ କରିଥିଲେ । ଏହି ମ୍ୟାଚରେ ସେ ୩୪ ରନ୍ କରିବା ପରେ ଆଉଟ୍ ହୋଇ ଯାଇଥିଲେ। ଏହି ଆଉଟ ବୈଭବଙ୍କୁ ଖୁବ ବାଧିଥିଲା।
ସେ ଡ୍ରେସିଂ ରୁମରେ ପହଞ୍ଚିବା ପରେ ବସି ପଡ଼ି ଭୋଭୋ ହୋଇ କାନ୍ଦିବାକୁ ଲାଗିଥିଲେ। ବୈଭବଙ୍କୁ କାନ୍ଦିବା ଦେଖି ବିବିଏସ ଲକ୍ଷ୍ମଣ ତାଙ୍କୁ ବୁଝାଇ କହିଲେ- ଆମେ ଏଠାରେ କେବଳ ରନ ଦେଖୁନାହୁଁ। ଆମେ ସେହି ଖେଳାଳିଙ୍କ ଦକ୍ଷତା ଦେଖୁ ଯେଉଁମାନେ ଦୀର୍ଘ ଖେଳ ଖେଳିବାର କ୍ଷମତା ରଖନ୍ତି।
ବୈଭବଙ୍କ ପ୍ରଶିକ୍ଷକ ମନୋଜ ଓଝା ସୂଚନା ଦେଇ କହିଥିଲେ, ‘ଲକ୍ଷ୍ମଣ ତାଙ୍କ ପ୍ରତିଭାକୁ ବହୁତ ଶୀଘ୍ର ଚିହ୍ନି ପାରିଥିଲେ। ବିସିସିଆଇ ମଧ୍ୟ ତାଙ୍କୁ ସମର୍ଥନ କରିଥିଲା। ପରେ ଲକ୍ଷ୍ମଣ ବୈଭବଙ୍କ ନାମ ରାଜସ୍ଥାନ ରୟାଲ୍ସର ମୁଖ୍ୟ ପ୍ରଶିକ୍ଷକ ରାହୁଲ ଦ୍ରାବିଡଙ୍କୁ ପ୍ରସ୍ତାବ ଦେଇଥିଲେ। ଗତବର୍ଷର ଆଇପିଏଲ ମେଗା ନିଲାମରେ ରାଜସ୍ଥାନ ରୟାଲ୍ସ ବୈଭବଙ୍କୁ ୧.୧ କୋଟି ଟଙ୍କାରେ କିଣିଥିଲା।