ପୋର୍ଟ ଏଲିଜାବେଥ୍: ଭାଲେଣ୍ଟାଇନ୍ ଡେ ବା ପ୍ରେମ ଦିବସ ଅବସରରେ ବୁଧବାର ଭାରତୀୟ କ୍ରିକେଟ୍ ଦଳର ପ୍ରରମ୍ଭିକ ବ୍ୟାଟ୍ସମ୍ୟାନ୍ ରୋହିତ ଶର୍ମା ପତ୍ନୀ ରିତିକାଙ୍କୁ ନିଆରା ଉପହାର ଦେଇଥିଲେ। ପୋର୍ଟ ଏଲିଜାବେଥରେ ମଙ୍ଗଳବାର ହାସଲ କରିଥିବା ଶତକକୁ ରୋହିତ ସୁନ୍ଦରୀ ରିତିକିାଙ୍କୁ ଉତ୍ସର୍ଗ କରିବା ସହ ପାଇଥିବା ମ୍ୟାଚ୍ ଶ୍ରେଷ୍ଠ ପୁରସ୍କାରକୁ ଭାଲେଣ୍ଟାଇନ୍ ଉପହାର ଭାବେ ତାଙ୍କୁ ଦେଇଥିଲେ। ରୋହିତ ନିଜ ଇନଷ୍ଟାଗ୍ରାମ୍ ପୃଷ୍ଠାରେ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ବାବଦରେ ପାଇଥିବା ଟ୍ରଫି ଧରିଥିବାର ଫଟୋ ପ୍ରକାଶ କରିବା ସହ ଏହାକୁ ପତ୍ନୀ ରିତିକିଙ୍କ ଆକାଉଣ୍ଟରେ ଟ୍ୟାଗ୍ କରିଥିଲେ। ସେହିଭଳି ତା ତଲେ ଭାଲେଣ୍ଟାଇନ୍ ଡେ’ର ଅଭିନନ୍ଦନ ବୋଲି ଲେଖିଥିଲେ। ସେଥିପାଇଁ ରୋହିତଙ୍କ ଶତକକୁ ଏବେ ଭାଲେଣ୍ଟାଇନ୍ ଶତକ ବୋଲି କୁହା ଯାଉଛି।
ଭାଲେଣ୍ଟାଇନ୍ ଶତକ
/sambad/media/post_attachments/wp-content/uploads/2018/02/Rohit-ritika.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)