ଏସୀୟ କରାଟେ ଦଳରେ ଓଡ଼ିଶାରୁ ଭାଲିନା ଓ ପାୟଲ

ଭୁବନେଶ୍ୱର: ଚଳିତ ମାସ ୧୦ରୁ ୧୪ ତାରିଖ ପର୍ଯ୍ୟନ୍ତ ଜୋର୍ଡାନ୍‌ରେ ଆୟୋଜିତ ଏସୀୟ କରାଟେ ପ୍ରତିଯୋଗିତା ପାଇଁ ଭାରତୀୟ ଦଳରେ ଦୁଇ ଜଣ ଓଡ଼ିଆ ଝିଅ ସାମିଲ ହୋଇଛନ୍ତି। ଏହି ଦୁଇ ଆନ୍ତର୍ଜାତୀୟ ଖେଳାଳି ହେଲେ ଭାଲିନା ଭାଲେଣ୍ଟିନା ଓ ପାୟଲ ବରାଳ। ଏସୀୟ ପ୍ରତିଯୋଗିତାରେ ଭାଲିନା ମହିଳା କାଟା ଓ ପାୟଲ ମହିଳା ୬୮ କେଜି ଫାଇଟ୍‌ରେ ପ୍ରତିଦ୍ୱନ୍ଦ୍ୱିତା କରିବେ। ଗତ ଜାତୀୟ ପ୍ରତିଯୋଗିତାରେ ଉଭୟେ ନିଜ ନିଜ ବିଭାଗରେ ସ୍ୱର୍ଣ୍ଣ ପଦକ ଜିତି ଏସୀୟ ପ୍ରତିଯୋଗିତାକୁ ମନୋନୀତ ହୋଇଥିଲେ। ଉଭୟ ଭାଲିନା ଓ ପାୟଲଙ୍କୁ ରାଜ୍ୟ କରାଟେ ସଂଘ ପକ୍ଷରୁ ଶୁଭେଚ୍ଛା ଜଣାଯାଇଛି।

ସମ୍ବନ୍ଧିତ ଖବର