ବର୍ମିଂହାମ: ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କୁ ଟାର୍ଗେଟ କରିବାକୁ ଇଂଲଣ୍ଡର ପୂର୍ବତନ ଅଧିନାୟକ ମାଇକେଲ୍ ଭନ୍ ଆହ୍ଵାନ ଦେଇଛନ୍ତି। ଇଂଲଣ୍ଡ ଖେଳାଳିଙ୍କୁ ଭାରତୀୟ ଖେଳାଳିଙ୍କ ଉପରେ ରାଗିବା ଏବଂ କୋହଲିଙ୍କୁ ଆହ୍ଵାନରେ ପକାଇବାକୁ ଭନ୍ ଏହି ବହୁ ପ୍ରତ୍ୟାଶିତ ଟେଷ୍ଟ୍ ଶୃଙ୍ଖଳା ପୂର୍ବରୁ କହିଛନ୍ତି। ଦୀର୍ଘ ଏକ ଦଶନ୍ଧି ଧରି ଇଂଲଣ୍ଡ ପାଳି ଆରମ୍ଭ କରିଥିବା ଭନ୍ କହିଛନ୍ତି ଅଭିଜ୍ଞ ଆଲେଷ୍ଟର୍ କୁକ୍ଙ୍କୁ ସ୍ଥିର ପ୍ରଦର୍ଶନ ଦେବାକୁ ହେବ ଏବଂ ଅଧିନାୟକ ଜୋ ରୁଟ୍ଙ୍କୁ ଛୋଟ ପାଳିକୁ ବଡ଼ ପାଳିରେ ପରିଣତ କରିବା ଆବଶ୍ୟକ। ସେହିଭଳି ୫ ଜଣିଆ ବୋଲିଂ ଆକ୍ରମଣ ସପକ୍ଷରେ ମତ ଦେବା ସହିତ ଷ୍ଟୁଆର୍ଟ ବ୍ରଡ୍ ଓ ଜେମ୍ସ ଆଣ୍ଡର୍ସନ୍ଙ୍କୁ ପରାମର୍ଶ ଦେଇ ଭନ୍ କହିଛନ୍ତି ଉଭୟ କୋହଲିଙ୍କ ଫ୍ରଣ୍ଟ୍ ଫୁଟ୍କୁ ଟାର୍ଗେଟ୍ କରିବା ଉଚିତ୍। ଗତ ଜୁନ୍ ମାସରେ ହେଡିଙ୍ଗ୍ଲେ ଟେଷ୍ଟ୍ରେ ଇଂଲଣ୍ଡ ଯେଭଳି ପାକିସ୍ତାନକୁ ପାଳି ଓ ୫୫ ରନ୍ରେ ପରାସ୍ତ କରିଥିଲା ସେଭଳି କରିବାକୁ ସେ ପରମର୍ଶ ଦେଇଛନ୍ତି। ବେଳେବେଳେ ଦଳୀୟ ଶିବିରରେ ଏଭଳି ଆଲୋଚନା ହୁଏ ନାହିଁ। ଆକ୍ରମଣାତ୍ମକ ଆଭିମୁଖ୍ୟ ନେଇ ପଡ଼ିଆକୁ ଯିବାକୁ ସେ କହିଛନ୍ତି। ଇଂଲଣ୍ଡ ସବୁ ମ୍ୟାଚ୍ ଜିତିପାରିବ ନାହିଁ, ସେମାନେ ଏତେ ଭଲ ଦଳ ନୁହଁ। କିନ୍ତୁ ପ୍ରତି ସପ୍ତାହରେ ସେମାନଙ୍କ ଚିନ୍ତାଧାରା ଓ ମାନସିକତା ସମାନ ରହିବ ବୋଲି ସେ କହିଛନ୍ତି। ୪ ଜଣ ପେସ୍ ବୋଲର ଏବଂ ଜଣେ ସ୍ପିନର ନେବା ଠିକ୍ ହେବ। କିନ୍ତୁ ପିଚ୍ ଓ ପରିସ୍ଥିତିକୁ ଦେଖି ଏହାକୁ ୩-୨ କରାଯିବା ସମ୍ଭବ। ଇଂଲଣ୍ଡ ପିଚ୍ରେ ଶୁଷ୍କତା ଦୃଷ୍ଟିରୁ ଭାରତ ୨ ସ୍ପିନର୍ ଖେଳାଇବା ସପକ୍ଷରେ ରହିଛି ବୋଲି ସେ କହିଛନ୍ତି।
କୋହଲିଙ୍କୁ ଫସାଇବାକୁ ଭନ୍ଙ୍କ ଆହ୍ଵାନ
/sambad/media/post_attachments/wp-content/uploads/2018/07/9-michael-vaughan.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)