ମସ୍କୋ: ବିଶ୍ୱକପ୍ ଆୟୋଜକ ରୁଷିଆର ଦୃଢ଼ ବିରୋଧୀ ୟୁକ୍ରେନକୁ ପ୍ରଶଂସା କରି କ୍ରୋଏସିଆ ରକ୍ଷଣଭାଗ ଖେଳାଳି ଦୋମାଗୋଜ ଭିଦା ଅଡ଼ୁଆରେ ପଡ଼ିଛନ୍ତି। ରୁଷିଆକୁ ହରାଇବା ପରେ ସାମାଜିକ ଗଣମାଧ୍ୟରେ ଏକ ଭିଡିଓ ପ୍ରକାଶ କରି ନିଜ ବିଜୟକୁ ୟୁକ୍ରେନକୁ ଉତ୍ସର୍ଗ କରିଥିବାରୁ ଫିଫା ତାଙ୍କୁ ଆନୁଷ୍ଠାନିକ ଭାବେ ଚେତାବନୀ ଦେଇଛି। ଏଭଳି ଘଟଣାର ପୁନରାବୃତି ହେଲେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଫିଫା ସ୍ପଷ୍ଟ କରି ଦେଇଛି। ଏହି ଭିଡିଓରେ ଭିଦାଙ୍କ ସହ ଅବସରପ୍ରାପ୍ତ ଖେଳାଳି ଓଗଜେନ ଭୁକୋଜେଭିକ ମଧ୍ୟ ୟୁକ୍ରେନ ଜିନ୍ଦାବାଦ କହୁଥିବା ଶୁଣିବାକୁ ମିଳୁଛି। ଯାହାକୁ ରୁଷିଆ ପ୍ରଶଂସକମାନେ ତୀବ୍ର ନିନ୍ଦା କରିଛନ୍ତି।
ଭିଦାଙ୍କୁ ଫିଫା ଚେତାବନୀ
/sambad/media/post_attachments/wp-content/uploads/2018/07/domagoj-vida.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)