ସେରେନାଙ୍କୁ ବିଦା କଲା ଭେନସ୍‌

ଇଣ୍ଡିଆନ୍‌ େଓ୍ଵଲ୍‌ସ: ଚଳିତ ଇଣ୍ଡିଆନ୍‌ େଓ୍ଵଲ୍‌ସ ମାଷ୍ଟର୍ସ ଟେନିସ୍‌ ପ୍ରତିଯୋଗିତାରେ ଆମେରିକା ତାରକା ଭେନସ୍‌ ଓ୍ଵିଲିୟମ୍ସ ତାଙ୍କ ସାନ ଭଉଣୀ ସେରେନାଙ୍କୁ ବିଦାୟ ରାସ୍ତା ଦେଖାଇଛନ୍ତି। ସୋମବାର ମ୍ୟାଚ୍‌ରେ ଅଷ୍ଟମ ମାନ୍ୟତା ଭେନସ୍‌ ୬-୩, ୬-୪ ସେଟ୍‌ରେ ୨୩ ଗ୍ରାଣ୍ଡ୍‌ ସ୍ଲାମ୍‌ ବିଜୟିନୀ ସେରେନାଙ୍କୁ ମାତ୍‌ ଦେଇଥିଲେ। ସେହିଭଳି ଚତୁର୍ଥ ମାନ୍ୟତା ଏଲିନା ସ୍ୱିତୋଲିନା ୫-୭, ୩-୬ ସେଟ୍‌ରେ ୨୭ ମାନ୍ୟତା କାର୍ଲା ସୁଆରେଜ ନାଭାରୋଙ୍କଠୁ ହାରି ପ୍ରତିଯୋଗିତାରୁ ବିଦାୟ ନେଇଛନ୍ତି। ପୁରୁଷ ଏକକରେ ଶୀର୍ଷ ମାନ୍ୟତା ପ୍ରାପ୍ତ ସ୍ୱିଜରଲାଣ୍ଡ୍‌ ଖେଳାଳି ରୋଜର ଫେଡେରର୍‌ ୬-୨, ୬-୧ ସେଟ୍‌ରେ ସବ୍ରାର ଫିଲିପ୍‌ କ୍ରାଜିନୋଭାଙ୍କୁ ପରାସ୍ତ କରି ପରବର୍ତୀ ପର୍ଯ୍ୟାୟରେ ପହଞ୍ଚିଛନ୍ତି। ତେବେ ପଞ୍ଚମ ମାନ୍ୟତା ଡୋମିନିକ୍‌ ଥିମ୍‌ ଆଣ୍ଠୁ ଯନ୍ତ୍ରଣା ଯୋଗୁଁ ଅଧାରୁ ପଡ଼ିଆ ଛାଡ଼ିଥିଲେ। ପାବ୍ଲୋ କ୍ୟୁଭାସ ବିପକ୍ଷରେ ଥିମ୍‌ ପ୍ରଥମ ସେଟ୍‌କୁ ୬-୩ରେ ଜିତିବା ପରେ ଦ୍ୱିତୀୟ ସେଟ୍‌ ୪-୬ରେ ହାରି ଯାଇଥିଲେ। ତୃତୀୟ ସେଟ୍‌ ସ୍ଥିତି ୨-୪ ଥିଲା ବେଳେ ଥିମ୍‌ ଆହତ ଯୋଗୁଁ ଓହରି ଯାଇଥିଲେ।

ସମ୍ବନ୍ଧିତ ଖବର