ଷ୍ଟିରିଆନ୍‌ ଗ୍ରାଁପ୍ରି ଜିତିଲେ ଭର୍ସ୍ତାପେନ

ସ୍ପିଲବର୍ଗ (ଅଷ୍ଟ୍ରିଆ): ରେଡ୍‌ ବୁଲ୍‌ ଚାଳକ ନେଦରଲାଣ୍ଡର ମ୍ୟାକ୍ସ ଭର୍ସ୍ତାପେନ୍‌ ଷ୍ଟିରିଆନ୍‌ ଗ୍ରାଁ ପ୍ରି ଫର୍ମୁଲା ୱାନ୍‌ ରେସ୍‌ ବିଜେତା ହୋଇଛନ୍ତି। ରବିବାର ରେଡ୍‌ ବୁଲ୍‌ ରିଙ୍ଗ୍‌ରେ ଆୟୋଜିତ ୭୧ ଲ୍ୟାପ୍‌ ବିଶିଷ୍ଟ ଏହି ରେସ୍‌କୁ ଭର୍ସ୍ତାପେନ୍‌ ୧ ଘଣ୍ଟା ୨୨ ମିନିଟ୍‌ ୧୮.୯୨୫ ‌ସେକେଣ୍ଡ୍‌ ସମୟ ନେଇ ଲଗାତାର ଦ୍ବିତୀୟ ଟ୍ରଫି ଜିତିଥିଲେ। ଗତ ଫ୍ରେଞ୍ଚ୍‌ ଗ୍ରାଁପ୍ରିରେ ମଧ୍ୟ ସେ ବିଜେତା ହୋଇଥିଲେ। ଦୁଇ ମର୍ସିଡିଜ୍‌ ଚାଳକ ବ୍ରିଟିସର ଲୁଇସ୍‌ ହାମିଲଟନ୍‌ ଏବଂ ଫିନ୍‌ଲାଣ୍ଡର ଭାଲଟେରି ବୋଟ୍ଟାସ ଯଥାକ୍ରମେ ଦ୍ବିତୀୟ ଓ ତୃତୀୟ ସ୍ଥାନରେ ରହି ପୋଡିୟମ ଫିନିସ କରିଥିଲେ। ରେଡ୍‌ ବୁଲ୍‌ର ମେକ୍ସିକୋ ଚାଳକ ସର୍ଜିଓ ପେରେଜ୍‌ ଚତୁର୍ଥ ଏବଂ ମ୍ୟାକଲରେନର ବ୍ରିଟିସ ଚାଳକ ଲାଣ୍ଡୋ ନୋରିସ ପଞ୍ଚମ ସ୍ଥାନରେ ରହିଥିଲେ। ଚଳିତ ବର୍ଷ ଫର୍ମୁଲା ୱାନ୍‌ରେ ତୃତୀୟ ଟ୍ରଫି ଜିତି ଭର୍ସ୍ତାପେନ୍‌ ଚାଳକ ଦୌଡ଼ରେ ୧୫୬ ପଏଣ୍ଟ୍‌ ସହ ୭ ଥରର ବିଶ୍ବ ବିଜେତା ହାମିଲଟନ୍ (୧୩୮)ଙ୍କୁ ପଛରେ ପକାଇ ଶୀର୍ଷ ସ୍ଥାନ ଦଖଲ କରିଛନ୍ତି।

ସମ୍ବନ୍ଧିତ ଖବର