ମଣ୍ଟ୍ରିଲ: ତୀବ୍ର ସଂଘର୍ଷପୂର୍ଣ୍ଣ କାନାଡିଆନ୍ ଫର୍ମୁଲା ୱାନ୍ ଗ୍ରାଁ ପ୍ରିକୁ ବିଶ୍ବବିଜେତା ତଥା ରେଡ୍ ବୁଲ୍ ଦଳର ଯୁବ ଚାଳକ ମ୍ୟାକ୍ସ ଭର୍ସ୍ତାପେନ୍ ଜିତି ନେଇଛନ୍ତି। ତା ସହ ଲଗାତାର ଦ୍ବିତୀୟବର୍ଷ ପାଇଁ ବିଶ୍ବବିଜେତା ହେବାର ନିକଟତର ହୋଇଛନ୍ତି। ୨୪ ବର୍ଷୀୟ ଭର୍ସ୍ତାପେନ୍ ପୋଲ୍ ପୋଜିସନ୍ରୁ ରେସ୍ ଆରମ୍ଭ କରିଥିଲେ। ତିନିଟି ସୁରକ୍ଷାଜନିତ ହସ୍ତକ୍ଷେପ ସହ ଫେରାରିର କାର୍ଲୋସ୍ ସେଞ୍ଜ୍ଙ୍କଠାରୁ ତୀବ୍ର ପ୍ରତିଦ୍ବନ୍ଦ୍ବିତାର ସମ୍ମୁଖୀନ ହେବା ସତ୍ତ୍ବେ ଏହି ଆହ୍ବାନପୂର୍ଣ୍ଣ ରେସ୍କୁ ନିଜ ଅପୂର୍ବ ରଣକୌଶଳ ବଳରେ ଜିତି ନେଇଥିଲେ। ସାତ ଥର ବିଶ୍ବବିଜେତା ଲୁଇସ୍ ହାମିଲଟନ୍ ପୁଣି ଥରେ ପ୍ରଥମ ଦୁଇ ସ୍ଥାନରେ ରହିବାରେ ଅସମର୍ଥ ହୋଇଥିଲେ। ଦଳୀୟ ସାଥୀ ଜର୍ଜ ରସେଲଙ୍କ ଠିକ୍ ଆଗରେ ଅର୍ଥାତ୍ ତୃତୀୟ ସ୍ଥାନରେ ରହିଥିଲେ ସେ। ଅନ୍ୟପକ୍ଷରେ ନିଜ ୧୫୦ତମ ରେସ୍ରେ ଭର୍ସ୍ତାପେନଙ୍କର ଏହା ପ୍ରଥମ କାନାଡିଆନ୍ ଏବଂ ଚଳିତ ବର୍ଷର ଷଷ୍ଠ ଗ୍ରାଁ ପ୍ରି ବିଜୟ। ଏହା ମଧ୍ୟ ତାଙ୍କ ଖେଳ ଜୀବନର ୨୬ତମ ବିଜୟ ଥିଲା। ଚାଳକ ପଏଣ୍ଟ୍ ତାଲିକାରେ ଭର୍ସ୍ତାପେନ୍ (୧୭୫) ସଂପ୍ରତି ଦ୍ବିତୀୟ ସ୍ଥାନରେ ଥିବା ନିଜ ଦଳର ସର୍ଗିଓ ପେରେଜ (୧୨୯)ଙ୍କଠାରୁ ୪୯ ପଏଣ୍ଟ ଆଗରେ ରହିଛନ୍ତି। ମାତ୍ର ୭୭ ପଏଣ୍ଟ ସହ ହାମିଲଟନ୍ ନୈରାଶ୍ୟଜନକ ଭାବେ ସପ୍ତମ ସ୍ଥାନରେ ଅଛନ୍ତି।
ଭର୍ସ୍ତାପେନ୍ ଜିତିଲେ କାନାଡିଆନ୍ ଗ୍ରାଁ ପ୍ରି
/sambad/media/post_attachments/wp-content/uploads/2022/06/56465sf4hsf65h465hfhf.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)