ଫର୍ମୁଲା ୱାନ୍‌, ଫ୍ରେଞ୍ଚ୍‌ ଗ୍ରାଁ ପ୍ରି ଜିତିଲେ ଭର୍ଷ୍ଟାପେନ୍‌

ମାର୍ସେଲି: ଫ୍ରେଞ୍ଚ୍‌ ମୋଟରସ୍ପୋର୍ଟସ ରେସ୍‌ ଟ୍ରାକ୍‌ ସର୍କିଟ୍‌ ପଲ୍‌ ରିକାର୍ଡରେ ରବିବାର ଆୟୋଜିତ ଫ୍ରେଞ୍ଚ୍‌ ଗ୍ରାଁ ପ୍ରି ଫର୍ମୁଲା ୱାନ୍‌ ରେସ୍‌ରେ ରେଡ୍‌ବୁଲ୍‌ ଚାଳକ ମାର୍କସ ଭ‌ର୍ଷ୍ଟାପେନ୍‌ ବିଜେତା ହୋଇଛନ୍ତି।

ଶନିବାର ପୋଲ୍‌ ପୋଜିସନ୍‌ ପାଇଥିବା ଭର୍ଷ୍ଟାପେନ୍‌ ଗ୍ରିଡ୍‌-୧ରେ ରେସ୍‌ ଆରମ୍ଭ କରିଥିଲେ। ତେବେ ଆରମ୍ଭରୁ ପଛରେ ପଡ଼ିଯାଇଥିଲେ ମଧ୍ୟ ଶେଷକୁ ପ୍ରଥମ ସ୍ଥାନରେ ରେସ୍‌ ଶେଷ କରିଥିଲେ। ଅନ୍ୟପକ୍ଷରେ ବ୍ରିଟେନ୍‌ର ମର୍ସିଡେଜ୍‌ ଚାଳକ ଲୁଇସ୍‌ ହାମିଲଟନ୍‌ ଦ୍ବିତୀୟ ସ୍ଥାନରେ ରହି ରେସ୍‌ ଶେଷ କରିଥିଲା ବେଳେ ଏହି ଦୁଇ ଜଣଙ୍କ ପଛକୁ ଅନ୍ୟତମ ରେଡ୍‌ବୁଲ୍‌ ଚାଳକ ସର୍ଗିଓ ପେରେଜ୍‌ ତୃତୀୟ ସ୍ଥାନରେ ରହି ପୋଡିୟମ୍‌ ଫିନିସ୍‌ କରିଥିଲେ। ଏମାନଙ୍କ ପଛକୁ ପଛ ମର୍ସିଡେଜ୍‌ର ଭାଲ୍‌ଟେରି ବୋଟ୍ଟାସ୍‌ ଏବଂ ମ୍ୟାକ୍‌ଲରେନ୍‌ର ଲାଣ୍ଡୋ ନୋରିସ୍‌ ଯଥାକ୍ରମେ ଚତୁର୍ଥ ଓ ପଞ୍ଚମ ସ୍ଥାନ ପାଇଥିଲେ।

ସମ୍ବନ୍ଧିତ ଖବର