ମେକ୍ସିକୋ ସିଟି: ରେଡ୍ ବୁଲ୍ ଚାଳକ ମ୍ୟାକ୍ସ ଭର୍ସ୍ତାପେନ ମେକ୍ସିକୋ ଗ୍ରାଁ ପ୍ରି ମୁକୁଟ କରାୟତ୍ତ କରିଛନ୍ତି। ରବିବାର ସ୍ଥାନୀୟ ଅଟୋଡ୍ରୋମ ହର୍ମାନୋସ ରଦ୍ରିଗୁଏଜରେ ଆୟୋଜିତ ଏହି ପ୍ରତିଯୋଗିତାରେ ୭ ଥରର ବିଶ୍ବବିଜେତା ମର୍ସିଡିଜ୍ ଚାଳକ ଲୁଇସ ହାମିଲଟନ୍ଙ୍କଠୁ ୧୬.୫୫୫ ସେକେଣ୍ଡ କମ୍ ସମୟ ନେଇ ଭର୍ସ୍ତାପେନ୍ ରେସ୍ ଶେଷ କରିଥିଲେ। ହାମିଲଟନ୍ ଦ୍ବିତୀୟ ଏବଂ ରେଡ୍ବୁଲ୍ର ସର୍ଜିଓ ପେରେଜ ଯଥାକ୍ରମେ ଦ୍ବିତୀୟ ଓ ତୃତୀୟ ସ୍ଥାନରେ ରହିଥିଲେ। ପେରେଜ ପ୍ରଥମ ମେକ୍ସିକୀୟ ଭାବେ ନିଜ ଘରୋଇ ସର୍କିଟ୍ରେ ପୋଡିୟମ୍ ଫିନିସ୍ କରିବାର ଗୌରବ ବହନ କରିଥିଲେ। ଅନ୍ୟପକ୍ଷରେ ଭର୍ସ୍ତାପେନ୍ଙ୍କର ଏହା ଚଳିତ ଋତୁରେ ନବମ, ମେକ୍ସିକୋରେ ତୃତୀୟ ଏବଂ ମୋଟ ଉପରେ ୧୯ତମ ଟ୍ରଫି। ଚଳିତ ବର୍ଷ ଫର୍ମୁଲା ୱାନ୍ ଚାମ୍ପିଅନ୍ସିପ୍ର ଆଉ ୪ ରେସ୍ ବାକି ଥିଲା ବେଳେ ମେକ୍ସିକୋ ଗ୍ରାଁ ପ୍ରି ଜିତି ଏହି ନେଦରଲାଣ୍ଡ ଚାଳକ ବିଶ୍ବ ବିଜେତା ଦୌଡ଼ରେ ଆଗରେ ରହିଛି। ସଂପ୍ରତି ଭର୍ସ୍ତାପେନ୍ (୩୧୨.୫)ଙ୍କ ପଏଣ୍ଟ୍ ବ୍ରିଟିସ ଚାଳକ ହାମିଲଟନ୍ଙ୍କଠୁ ୧୯ ପଏଣ୍ଟ୍ ଅଧିକ ରହିଛି।
ମେକ୍ସିକୋ ଗ୍ରାଁ ପ୍ରି ଜିତିଲେ ଭର୍ସ୍ତାପେନ
/sambad/media/post_attachments/wp-content/uploads/2021/11/654fh654sf65fhssfhhsfsfh.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)