ଭୁବନେଶ୍ବର: ରାଜ୍ୟର ପୂର୍ବତନ ଏକ ନମ୍ବର ଟେନିସ ଖେଳାଳି ସନ୍ତୋଷ କୁମାର ମଲ୍ଲିକ ଆନ୍ଧ୍ରପ୍ରଦେଶର ଭିମଭାରମସ୍ଥିତ କସ୍ମୋପଲିଟାନ କ୍ଲବ୍ଠାରେ ଆୟୋଜତ ଭେର୍ଟେକ୍ସ ଏଆଇଏସ୍ଟି ବରିଷ୍ଠ ଜାତୀୟ ଟେନିସ ପ୍ରତିଯୋଗିତାରେ ଦ୍ବିମୁକୁଟ କରାୟତ୍ତ କରିଛନ୍ତି। ସନ୍ତୋଷ ୩୫ ବର୍ଷରୁ ଅଧିକ ବୟସ ବର୍ଗର ଉଭୟ ଏକକ ଏବଂ ଯୁଗଳରେ ଟ୍ରଫି ଜିତିଥିଲେ। ପୁରୁଷ ଏକକ ଫାଇନାଲ୍ରେ ସନ୍ତୋଷ ୬-୩, ୬-୪ ସେଟ୍ରେ ତେଲଙ୍ଗାନାର ଦିଲୀପଙ୍କୁ ଏବଂ ଯୁଗଳରେ ସେ ଓ ତାଙ୍କ ଆନ୍ଧ୍ରପ୍ରଦେଶ ସାଥୀ ଭିଜୟ ଆନନ୍ଦ ୬-୪, ୬-୪ ସେଟ୍ରେ ତେଲଙ୍ଗାନା ଯୋଡ଼ି ଦିଲୀପ ଓ ଜି ରାଜାଙ୍କୁ ପରାସ୍ତ କରିଥିଲେ। ଏହି ବିଜୟ ସହ ସନ୍ତୋଷ ୧୧ ହଜାର ଟଙ୍କାର ପୁରସ୍କାର ରାଶି ସହ ୮୪ ରେଟିଂ ପଏଣ୍ଟ୍ କରାୟତ୍ତ କରିଛନ୍ତି। ଦେଶରେ ୩୫ ବର୍ଷରୁ ଊର୍ଦ୍ଧ୍ବ ଏକକ ବର୍ଗରେ ଦ୍ବିତୀୟ ମାନ୍ୟତାରେ ଥିବା ସନ୍ତୋଷ ଏହି ବିଜୟ ପରେ ଶୀର୍ଷ ସ୍ଥାନ ଦଖଲ କରିବାର ସମ୍ଭାବନା ରହିଛି।
ଭେର୍ଟେକ୍ସ ଏଆଇଏସ୍ଟିଏ ଜାତୀୟ ଟେନିସ: ସନ୍ତୋଷଙ୍କୁ ଦ୍ବିମୁକୁଟ
/sambad/media/post_attachments/wp-content/uploads/2022/03/s56f465a41da231ga32adgagdadg.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)