ବ୍ରାଜିଲିଆନ୍‌ ଗ୍ରାଁ ପ୍ରି ଜିତିଲେ ଭେଟେଲ୍‌

ସାଓ ପାଓଲୋ (ବ୍ରାଜିଲ୍‌): ଫେରାରି ଚାଳକ ସେବାସ୍ତିଆନ୍‌ ଭେଟେଲ୍‌ ବ୍ରାଜିଲିଆନ୍‌ ଗ୍ରାଁ ପ୍ରି ଜିତିଛନ୍ତି। ରବିବାର ଏହି ଜର୍ମାନି ତାରକା ୧.୩୧.୨୬ ଘଣ୍ଟା ସମୟ ନେଇ ଟ୍ରଫି କରାୟତ କରିଥିଲା ବେଳେ ମର୍ସିଡିଜ୍‌ ଚାଳକ ଭାଲଟେରି ବୋତାସ ଦ୍ୱିତୀୟ ଏବଂ ଫେରାରି ଚାଳକ କିମି ରାଇକୋନେନ୍‌ ତୃତୀୟରେ ରହିଥିଲେ। ଚଳିତ ବର୍ଷର ଶ୍ରେଷ୍ଠ ଚାଳକ ମୁକୁଟ ହାସଲ କରିବାକୁ ଥିବା ମର୍ସିଡିଜ୍‌ର ଲୁଇସ୍‌ ହାମିଲଟନ୍‌ ଚତୁର୍ଥରେ ସନ୍ତୁଷ୍ଟ ରହିଥିଲେ।

ସମ୍ବନ୍ଧିତ ଖବର