ପୂର୍ବତନ ଅଷ୍ଟ୍ରେଲୀୟ ସ୍ପିନର ୟାର୍ଡଲିଙ୍କ ପରଲୋକ

ସିଡ୍‌ନି: ପୂର୍ବତନ ଅଷ୍ଟ୍ରେଲିଆ ସ୍ପିନର, ପ୍ରଶିକ୍ଷକ ଏବଂ ଭାଷ୍ୟକାର ବ୍ରୁସ ୟାର୍ଡଲିଙ୍କର ବୁଧବାର ୭୧ ବର୍ଷ ବୟସରେ ପରଲୋକ ଘଟିଛି। ‌ସେ କକର୍ଟ ରୋଗରେ ପୀଡ଼ିତ ଥିଲେ। ୱେଷ୍ଟର୍ନ ଅଷ୍ଟ୍ରେଲିଆରୁ କ୍ରିକେଟ୍‌ ଜୀବନ ଆରମ୍ଭ କରିଥିବା ୟାର୍ଡଲି ୧୯୭୭-୭୮ରେ ବିଶ୍ବ ସିରିଜ୍‌ ପ୍ରତିଯୋଗିତାରେ ଅନ୍ତର୍ଜାତୀୟ ପଦାର୍ପଣ କରିଥିଲେ। ୧୯୮୦ରୁ ୧୯୮୩ ମସିହା ପର୍ଯ୍ୟନ୍ତ ସେ ଦେଶର ଶ୍ରେଷ୍ଠ ସ୍ପିନର ରହିଥିଲେ। ୧୯୮୧-୮୨ରେ ସେ ପାକିସ୍ତାନ ଏବଂ ୱେଷ୍ଟ୍‌ଇଣ୍ଡିଜ୍‌ ବିପକ୍ଷ ୬ ଘରୋଇ ଟେଷ୍ଟ୍‌ରେ ୩୮ ୱିକେଟ୍‌ ଦଖଲ କରିଥିଲେ। ‌୧୯୮୩ରେ ସେ ଶ୍ରୀଲଙ୍କା ବିପକ୍ଷ ଶେଷ ଟେଷ୍ଟ୍‌ରେ ୭ ୱିକେଟ୍‌ ପାଇଥିଲେ ଏବଂ ୧୯୮୫ରେ ଅବସର ନେଇଥିଲେ। ୧୯୮୯-୯୦‌ରେ ସେ ପୁଣି ଥରେ ୱେଷ୍ଟର୍ନ ‌ଅଷ୍ଟ୍ରେଲିଆ ପକ୍ଷରୁ ଖେଳିଥିଲେ। ସେ ୧୯୯୬ରୁ ୧୯୯୮ ପର୍ଯ୍ୟନ୍ତ ଶ୍ରୀଲଙ୍କା ଜାତୀୟ ଦଳର ପ୍ରଶିକ୍ଷକ ଥିଲେ। ଏଥିସହ ସେ ମଧ୍ୟ ଅନ୍ତର୍ଜାତୀୟସ୍ତରରେ ଭାଷ୍ୟକାର ଭାବେ କାମ କରିଥିଲେ।

ସମ୍ବନ୍ଧିତ ଖବର