ବିଜୟ ହଜାରେ ଟ୍ରଫି: ଓଡ଼ିଶାର ତୃତୀୟ ପରାଜୟ, ଶୁଭ୍ରା˚ଶୁ ଓ ଅଙ୍କିତଙ୍କ ଅର୍ଦ୍ଧଶତକ ବେକାର

କଟକ: ବିଜୟ ହଜାରେ ଟ୍ରଫିରେ ଓଡ଼ିଶା ଲଗାତର ତୃତୀୟ ପରାଜୟ ବରଣ କରିଛି। ବୁଧବାର ଆଲୁର କ୍ରିକେଟ୍‌ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ମ୍ୟାଚ୍‌ରେ କର୍ଣ୍ଣାଟକ ୧୦୧ ରନ୍‌ରେ ଓଡ଼ିଶାକୁ ହରାଇଦେଇଛି। ଏହି ମ୍ୟାଚ୍‌ରେ ଓଡ଼ିଶା ଟସ୍‌ ଜିତି ବୋଲି˚ କରିଥିଲା। ତେବେ ଶାନ୍ତନୁ ମିଶ୍ରଙ୍କ ନିଷ୍ପତ୍ତିକୁ ଭୁଲ୍‌ ଦର୍ଶାଇବାକୁ ଯାଇ କର୍ଣ୍ଣାଟକ ବ୍ୟାଟ୍ସମ୍ୟାନ୍‌ମାନେ ଆରମ୍ଭରୁ ଆକ୍ରମଣାତ୍ମକ ଭଙ୍ଗୀରେ ଖେଳିଥିଲେ। ଯାହାଫଳରେ ଦଳ ନିର୍ଧାରିତ ଓଭର ବେଳକୁ ୫ ଵିକେଟ୍ ବିନିମୟରେ ୩୨୯ ରନ୍‌ କରିପାରିଥିଲା। ପ୍ରାରମ୍ଭିକ ଯୋଡ଼ି ରବିକୁମାର ସମର୍ଥ ଓ ଦେବଦତ୍ତ ପଡ଼ିକଲ ପ୍ରଥମ ଵିକେଟ୍‌ରେ ୧୪୦ ରନ୍‌ ଯୋଡ଼ିଥିଲେ। ରବିକୁମାର ୮୩ ବଲ୍‌ରୁ ୪ ଚୌକା ସହାୟତାରେ ୬୦ ରନ୍‌ କରିବା ପରେ ଶାନ୍ତନୁ ମିଶ୍ର ତାଙ୍କୁ ଆଉଟ୍‌ କରି ଯୋଡ଼ି ଭାଙ୍ଗିଥିଲେ। ତଥାପି ଏହି ଵିକେଟ୍‌ କର୍ଣ୍ଣାଟକ ଉପରେ କୌଣସି ପ୍ରଭାବ ପକାଇନଥିଲା।

କ୍ରିଷ୍ଣମୂର୍ତ୍ତି ସିଦ୍ଧାର୍ଥଙ୍କ ସହ ମିଶି ଦେବଦତ୍ତ ଦଳକୁ ୨୦୦ ସ୍କୋର୍‌ ପାର‌୍‌ କରାଇଥିଲେ। ୧୧୯ ବଲ୍‌ରୁ ଦେବଦତ୍ତ ଶତକ ଅର୍ଜନ କରିବା ପରେ କ୍ରିଷ୍ଣମୂର୍ତ୍ତିଙ୍କ ଵିକେଟ୍‌ର ପତନ ଘଟିଥିଲା। କ୍ରିଷ୍ଣମୂର୍ତ୍ତି ୪୧ ରନ୍‌ ସ˚ଗ୍ରହ କରିଥିଲେ। ଶତକ ହାସଲ କରିବା ପରଠୁ ଦେବଦତ୍ତ ଅଧିକ ଆକ୍ରମଣାତ୍ମକ ହୋଇଯାଇଥିଲେ। ତେବେ ୧୫୦ ରନ୍‌ ଅତିକ୍ରମ କରିବା ପରେ ବ୍ୟକ୍ତିଗତ ୧୫୨ ରନ୍‌ (୧୪୦ ବଲ୍‌, ୧୪ ଚୌକା, ୫ ଛକା) କରିଥିଲା ବେଳେ ଦେବଦତ୍ତଙ୍କୁ ସୂର୍ଯ୍ୟକାନ୍ତ ପ୍ରଧାନ ଆଉଟ୍‌ କରିଥିଲେ। ମଧ୍ୟକ୍ରମରେ କରୁଣ ନାୟର ୨୫ ରନ୍‌ କରିଥିଲେ। ଶେଷ ଆଡ଼କୁ ଅଭିମନ୍ୟୁ ମିଥୁନ ୧୭ ବଲ୍‌ରୁ ଦ୍ରୁତ ୪୦* ରନ୍‌ ସ˚ଗ୍ରହ କରି ଦଳକୁ ୩୦୦ ପାର‌୍‌ କରାଇଥିଲେ।

ଜବାବରେ ଗୌରବ ଚୌଧୁରୀ ଓ ସନ୍ଦୀପ ପଟ୍ଟନାୟକ ୮ ଓଭର ମଧ୍ୟରେ ଅର୍ଧଶତକୀୟ ଭାଗୀଦାରି କରିଥିଲେ। ଗୌରବ ୨୦ ରନ୍‌ରେ ଆଉଟ୍‌ ହେବାରୁ ଓଡ଼ିଶାକୁ ପ୍ରଥମ ଝଟ୍‌କା ଲାଗିଥିଲା। ପଛକୁ ପଛ ସନ୍ଦୀପ ୨୮, ଶାନ୍ତନୁ ୧୧, ଅଭିଷେକ ଯାଦବ ୬ ରନ୍‌ କରି ଆଉଟ୍‌ ହେବା ଦ୍ବାରା ଓଡ଼ିଶା ଚାପକୁ ଆସିଯାଇଥିଲା। ତେବେ ଶୁଭ୍ରା˚ଶୁ ସେନାପତି ଓ ଅଙ୍କିତ ଯାଦବ ପାଳିକୁ ସମ୍ଭାଳିବା ସହ ଧିରେଧିରେ ରନ୍‌ ଯୋଡ଼ିବାରେ ଚାଲିଥିଲେ। ଏଥିମଧ୍ୟରେ ଦୁଇଜଣ ନିଜ ନିଜର ଅର୍ଦ୍ଧଶତକ ଅର୍ଜନ କରିବା ସହ ଦଳୀୟ ସ୍କୋରରେ ୧୦୬ ରନ୍‌ ଯୋଡ଼ିଥିଲେ। ୬୩ ବଲ୍‌ରୁ ୬ ଚୌକା, ୧ ଛକା ସହାୟତାରେ ଅଙ୍କିତ ୫୬ ରନ୍‌ କରିଥିଲା ବେଳେ ଵିକେଟ୍‌ ହରାଇଥିଲେ। ଶୁଭ୍ରା˚ଶୁ ମଧ୍ୟ ଆଉ ସହଯୋଗ ନପାଇ ୭୮ ରନ୍‌ (୯୨ ବଲ୍‌, ୩ ଚୌକା, ୨ ଛକା) କରି ଆଉଟ୍‌ ହୋଇଥିଲେ। ଶେଷରେ ଓଡ଼ିଶା ୪୪ ଓଭରରେ ୨୨୮ ରନ୍‌ କରି ସମସ୍ତ ଵିକେଟ୍‌ ହରାଇଥିଲା। ବିଜୟୀ ଦଳର ପ୍ରସିଦ୍ଧ କ୍ରିଷ୍ଣା ଓ ଶ୍ରେୟସ ଗୋପାଳ ୩ ଲେଖାଏଁ ଵିକେଟ୍‌ ନେଇଥିଲେ।

ସ˚କ୍ଷିପ୍ତ ସ୍କୋର: କର୍ଣ୍ଣାଟକ ୩୨୯/୫ (୫୦ ଓଭର), ରବିକୁମାର ସମର୍ଥ ୬୦, ଦେବଦତ୍ତ ପାଡିକଲ ୧୫୨, କ୍ରିଷ୍ଣମୂର୍ତ୍ତି ସିଦ୍ଧାର୍ଥ ୪୧, ଅଭିମନ୍ୟୁ ମିଥୁନ ୪୦*, ସୂର୍ଯ୍ୟକାନ୍ତ ପ୍ରଧାନ ୨/୫୩, ହର୍ଷିତ ରାଥୋଡ଼ ୨/୮୦। ଓଡ଼ିଶା ୨୨୮/୧୦ (୪୪ ଓଭର), ଶୁଭ୍ରା˚ଶୁ ସେନାପତି ୭୮, ଅଙ୍କିତ ଯାଦବ ୫୬, ପ୍ରସିଦ୍ଧ କ୍ରିଷ୍ଣା ୩/୪୬, ଶ୍ରେୟସ ଗୋପାଳ ୩/୪୭।

ସମ୍ବନ୍ଧିତ ଖବର