ପଞ୍ଜାବ କିଙ୍ଗସ୍ ପାଇଁ ବିଜୟ ଲକ୍ଷ୍ୟ ୧୪୫ ରନ୍

ଗୁଆହାଟୀ: ଆଇପିଏଲ୍‌ର ୬୫ତମ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ(ଆରଆର) ଏବଂ ପଞ୍ଜାବ କିଙ୍ଗସ୍(ପିବିକେଏସ) ମୁହାଁମୁହିଁ ହୋଇଛନ୍ତି। ଗୁଆହାଟୀର ବରସାପରା କ୍ରିକେଟ ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ ଅଧିନାୟକ ସଞ୍ଜୁ ସାମସନ୍ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ। ଫଳରେ ପଞ୍ଜାବ କିଙ୍ଗସ୍ ଅଧିନାୟକ ସାମ୍ କୁରାନଙ୍କ ନେତୃତ୍ବରେ ବୋଲିଂ ଆରମ୍ଭ କରିଥିଲା।

ରାଜସ୍ଥାନ ରୟାଲ୍ସ ଧାର୍ଯ୍ୟ ୨୦ ଓଭରରେ ୯ ୱିକେଟ ହରାଇ ୧୪୪ ରନ୍ କରିଥିଲା। ଫଳରେ ପଞ୍ଜାବ କିଙ୍ଗସ୍ ପାଇଁ ବିଜୟ ଲକ୍ଷ୍ୟ ୧୪୫ ରନ୍ ରହିଛି।

ରାଜସ୍ଥାନ ରୟାଲ୍ସ ପକ୍ଷରୁ ଟମ୍ ଖୋଲେର କ୍ୟାଡମୋର ୧୮ ରନ୍ କରିଥିବାବେଳେ ସଞ୍ଜୁ ସାମସନ୍ ୧୮ରନ୍ କରିଥିଲେ। ସେହିପରି ରିୟାନ ପରାଗ ୪୮ ରନ୍, ରବିଚନ୍ଦ୍ରନ ଅଶ୍ବିନ ୨୮ ରନ୍ କରିଥିଲେ।

ସମ୍ବନ୍ଧିତ ଖବର