ଭିଡ଼ିଓ: ପିତାଙ୍କ ଭଳି ହେବାକୁ ଚାହୁଁ ନାହିଁ ଡେଭିଡ଼ ଓ୍ଵାର୍ଣ୍ଣରଙ୍କ ଝିଅ, କହିଲା- ‘ମୁଁ ବିରାଟ କୋହଲି’

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆର ବ୍ୟାଟସ୍‌ମ୍ୟାନ୍‌ ଡେଭିଡ ଓ୍ଵାର୍ଣ୍ଣର ନିକଟରେ ଶ୍ରୀଲଙ୍କା ବିପକ୍ଷରେ ଭଲ ବ୍ୟାଟିଂ କରି ନିଜର ଫର୍ମ ଫେରିପାଇଛନ୍ତି। ଓ୍ଵାର୍ଣ୍ଣର ଏହା ପୂର୍ବରୁ ଅଷ୍ଟ୍ରେଲିଆ ପାଇଁ ବିଶ୍ୱକପ୍‌ରେ ଭଲ ବ୍ୟାଟିଂ କରିଥିଲେ। ବ୍ୟାଟିଂ କ୍ଷେତ୍ରରେ ଓ୍ଵାର୍ଣ୍ଣର ଜଣେ ଭଲ ଖେଳାଳି କିନ୍ତୁ ତାଙ୍କର ଝିଅ ପିତାଙ୍କ ପାଇଁ ନୁହଁନ୍ତି ବରଂ ବିରାଟ କୋହଲିଙ୍କ ପ୍ରଶଂସକ।

ପାଖାପାଖି ଦେଢ଼ ବର୍ଷ ପରେ ଡେଭିଡ ଓ୍ଵାର୍ଣ୍ଣର ବଲ ବିକୃତ କାରଣରୁ ଏକ ବର୍ଷ ଖେଳି ପାରି ନ ଥିଲେ। ଏହା ପରେ ଓ୍ଵାର୍ଣ୍ଣର ଟିମ୍‌କୁ ଫେରି ଭଲ ପ୍ରଦର୍ଶନ କରିଛନ୍ତି। ମାତ୍ର ଓ୍ଵାର୍ଣ୍ଣରଙ୍କ ଝିଅ ଇଣ୍ଡି ରେକୁ ବୋଧେ ବିରାଟ କୋହଲି ପସନ୍ଦ ଲାଗନ୍ତି। ସୂଚନାଯୋଗ୍ୟ ଓ୍ଵାର୍ଣ୍ଣର ପୂରା ପରିବାର ସହ ଭାରତରେ ଆଇପିଏଲ ଖେଳିବାରକୁ ଆସନ୍ତି ଓ ମ୍ୟାଚ୍‌ ସମୟରେ ଦର୍ଶକ ଭାବେ ଓ୍ଵାର୍ଣ୍ଣରଙ୍କ ପତ୍ନୀ ଓ ଝିଅ ତାଙ୍କର ମ୍ୟାଚ୍‌ ଦେଖନ୍ତି। ଇଣ୍ଡି କୁ ବିରାଟ କୋହଲି ଅଧିକ ପସନ୍ଦ।

ଓ୍ଵାର୍ଣ୍ଣରଙ୍କ ପତ୍ନୀ କ୍ୟାଣ୍ଡିସ ରବିବାର ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରିଛନ୍ତି, ଯେଉଁଥିରେ ଇଣ୍ଡି ରେ ବ୍ୟାଟିଂ କରୁଛି। ଭିଡ଼ିଓରେ ସେ କହୁଛି, ଆଇ ଆମ୍‌ ବିରାଟ କୋହଲି। ଏହା ପରେ ଇଣ୍ଡି ଏକ ଭଲ ସର୍ଟ ଲଗାଉଛି। କ୍ୟାଣ୍ଡିସ କ୍ୟାପସନରେ ଲେଖିଛନ୍ତି, ଏହି ଛୋଟ ଶିଶୁ ଭାରତରେ ବହୁତ ସମୟ ବିତାଇଛି ଏବଂ ସେ ବିରାଟ କୋହଲି ହେବାକୁ ଚାହୁଁଛି।

ସମ୍ବନ୍ଧିତ ଖବର