ବିଶ୍ବକପ୍‌ ହାରିବା ପରେ ଗୋଟାଏ ଘରେ ରହିଛନ୍ତି କ୍ୟାପ୍‌ଟେନ୍‌ ରୋହିତ; ସେ ପୁଣି ହସିବେ ବୋଲି କହିଲେ କୁନି ଝିଅ

ନୂଆଦିଲ୍ଲୀ: ଗତ ସପ୍ତାହରେ ଭାରତ- ଅଷ୍ଟ୍ରେଲିଆ ବିଶ୍ବକପ୍‌ ଫାଇନାଲ୍‌ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ବିଜୟ କରିବା ପରେ ପୂରା ଦେଶବାସୀ ସ୍ତବ୍ଧ ହୋଇ ଯାଇଛନ୍ତି। ବିଶ୍ବକପ୍‌ ହାରିବାକୁ ପାଖାପାଖି ଏକ ସପ୍ତାହ ହୋଇ ଯାଇଥିଲେ ବି ପରାଜୟର ଦୁଃଖ ଏଯାଏ ଲୋକଙ୍କ ମନରୁ ଯାଉଛି। ଯଦି ଆମେ ସାଧାରଣ ଲୋକ ହୋଇ ସେ ଦୁଃଖକୁ ଭୁଲିପାରୁନେ, ଥରେ ଭାବନ୍ତୁ ପଡ଼ିଆରେ ଖେଳିଥିବା ସେ ଖେଳାଳିମାନଙ୍କ ଅବସ୍ଥା କିପରି ଥିବ? କିଭଳି ଥିବା ଟିମ୍‌ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମାଙ୍କ ମାନସିକ ଅବସ୍ଥା?

ଏହି ପରାଜୟର ପ୍ରଭାବ ଭାରତୀୟ ଅଧିନାୟକ ରୋହିତ ଶର୍ମାଙ୍କ ଉପରେ କେତେ ଜୋର୍‌ରେ ପଡ଼ିଛି ତାହା ଏକ ଭିଡିଓ ଦେଖିବା ପରେ ଆପଣ ବୁଝିଯିବେ। ରୋହିତ ଶର୍ମାଙ୍କ ନେତୃତ୍ୱାଧୀନ ଦଳ ଫାଇନାଲ ପୂର୍ବରୁ ବିଶ୍ୱକପରେ ଖେଳାଯାଇଥିବା ସମସ୍ତ ୧୦ ଟି ମ୍ୟାଚ ଜିତିଥିଲେ ମଧ୍ୟ ଫାଇନାଲ ମ୍ୟାଚ ଜିତିବାରେ ବିଫଳ ହୋଇଥିଲେ। ଏହି ପରାଜୟ ପରେ ଭାରତୀୟ ଦଳର କିଛି ଖେଳାଳିଙ୍କ ଅବସ୍ଥା ଅନୁମାନ କରିବା କଷ୍ଟକର।

 

ଏବେ ସୋସିଆଲ୍‌ ମିଡିଆରେ ‌ରୋହିତ ଶର୍ମାଙ୍କ ଝିଅ ସମାଇରା ଗଣମାଧ୍ୟମ ପ୍ରତିନିଧିଙ୍କୁ ଦେଇଥିବା ଉତ୍ତର ବେଶ୍‌ ଭାଇରାଲ୍‌ ହେବାରେ ଲାଗିଛି। ସମାଇରା ବାପା ରୋହିତଙ୍କ ସଂପର୍କରେ କହିଛନ୍ତି କି ‘‘ସେ ଏବେ ଗୋଟିଏ ଘର ଭିତରେ ଅଛନ୍ତି। ସେ ପ୍ରାୟ ସକାରାତ୍ମକ ଅଛନ୍ତି ଓ ଏକ ମାସ ମଧ୍ୟରେ ପୁଣି ହସିବେ।’’ ରୋହିତଙ୍କ କୁନୀ ପରୀଙ୍କ ଏହି ଉତ୍ତର ସଭିଙ୍କୁ ଚକିତ କରିଛି। ଏତେ କମ୍‌ ବୟସରୁ ‌ଏତେ ବଡ଼ କଥା କହି ପକାଇଥିବା ସମାଇରାଙ୍କୁ ସୋସିଆଲ୍‌ ମିଡିଆରେ ଖୁବ୍‌ ଭଲପାଇବା ମିଳିଛି।

ସମ୍ବନ୍ଧିତ ଖବର