ନୂଆଦିଲ୍ଲୀ: କେକେଆର ବିପକ୍ଷ ମ୍ୟାଚରେ ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ ତେନ୍ଦୁଲକର ନିଜର ଆଇପିଏଲ ଡେବ୍ୟୁ କରିଥିଲେ। ତାଙ୍କର ପ୍ରଥମ ମ୍ୟାଚ୍‌ରେ ଅର୍ଜୁନ ୨ଓଭର ବୋଲିଂ କରି ୧୭ରନ୍ ଦେଇଥିଲେ। ଅର୍ଜୁନଙ୍କୁ ରୋହିତ ଶର୍ମା ଆଇପିଏଲ୍ ଡେବ୍ୟୁ କ୍ୟାପ୍ ପ୍ରଦାନ କରିଥିବା ଦେଖାଯାଇଥିଲା। ପୁଅକୁ ଆଇପିଏଲ ଡେବ୍ୟୁ କରିବାର ଦେଖି ସଚିନଙ୍କ ପ୍ରତିକ୍ରିୟା କିଭଳି ରହିଥିଲା ଏବଂ ତାଙ୍କ ଅଭିଜ୍ଞତା କିଭଳି ଥିଲା ତାହା ସେ ନିଜେ ଜଣାଇଛନ୍ତି।

Advertisment

ଆଇପିଏଲର ସୋସିଆଲ ମିଡିଆରେ ସେୟାର ହୋଇଥିବା ଭିଡିଓରେ ତେନ୍ଦୁଲକର କହିଛନ୍ତି ଯେ ଯେତେବେଳେ ଅର୍ଜୁନ ପଡ଼ିଆରେ ଥିଲେ ଏବଂ ବୋଲିଂ କରୁଥିଲେ ସେତେବେଳେ ମୁଁ ଡ୍ରେସିଂ ରୁମରେ ବସି ମ୍ୟାଚ୍ ଦେଖୁଥିଲି। ମୁଁ ଚାହୁଁ ନଥିଲେ ଯେ ମୋର ଫଟୋ ବଡ ପରଦାରେ ଆସୁ, ଯାହାକୁ ଦେଖି ଅର୍ଜୁନ ଚାପଗ୍ରସ୍ତ ଅନୁଭବ କରନ୍ତୁ। ଏହା ମୋ ପାଇଁ ଏକ ଭିନ୍ନ ପ୍ରକାରର ଅନୁଭୂତି ଥିଲା। ଏହାପୂର୍ବରୁ ମୁଁ ଅର୍ଜୁନଙ୍କୁ କୌଣସି ଲାଇଭ ମ୍ୟାଚ୍ ଖେଳୁଥିବାର ଦେଖି ନଥିଲି। ମୁଁ ଚାହୁଁଥିଲି ଯେ ସେ ବିନା ଚାପରେ ଖେଳିବାର ସ୍ୱାଧୀନତା ପାଆନ୍ତୁ। ସେଥିପାଇଁ ମୁଁ ତାଙ୍କ ସହ ‌କେଉଁଠାକୁ ବି ଯାଏ ନାହିଁ। ଆଇପିଏଲ ଡେବ୍ୟୁ ସମୟରେ ବି ମୁଁ ଡଗ୍ଆଉଟରେ ବସି ତାଙ୍କ ମ୍ୟାଚ୍ ଦେଖିଲି ନାହିଁ। ମୁଁ ଡ୍ରେସିଂ ରୁମକୁ ଯାଇ ମ୍ୟାଚ୍ ଦେଖିଲି। ତେବେ ମୋ ପୁଅକୁ ଲାଇଭ ଖେଳୁଥିବାର ଦେଖିବା ଏକ ସମ୍ପୂର୍ଣ୍ଣ ଭିନ୍ନ ଅନୁଭୂତି ଥିଲା। ୨୦୦୮ରେ ମୋର ପ୍ରଥମ ଆଇପିଏଲ ସିଜିନ ଥିଲା ଏବଂ ବର୍ତ୍ତମାନ ୧୬ବର୍ଷ ପରେ ମୋ ପୁଅ ସେହି ଦଳ ସହିତ ଖେଳୁଛି। ଏହା ଦେଖି ମୁଁ ଖୁସି।