ମୁମ୍ବାଇ: ଭାରତୀୟ ଗ୍ରାଣ୍ଡମାଷ୍ଟର୍ ଭିଦିତ୍ ଗୁଜରାଟୀ ନେଦରଲାଣ୍ଡ୍ର ଓ୍ଵିକ୍ ଅନ୍ ଜୀରେ ଅନୁଷ୍ଠିତ ଟାଟା ଷ୍ଟିଲ୍ ଚେସ୍ ଚାଲେଞ୍ଜର୍ସରେ ବିଜେତା ହୋଇଛନ୍ତି। ଏହି ବିଜୟ ସହିତ ୨୦୧୯ ମସିହା ଟାଟା ଷ୍ଟିଲ୍ ମାଷ୍ଟର୍ସ ପ୍ରତିଯୋଗିତା ପାଇଁ ଭିଦିତ୍ ଯୋଗ୍ୟତା ଅର୍ଜନ କରିଛନ୍ତି। ସେଥିରେ ବିଶ୍ୱ ବିଜେତା ମାଗ୍ନସ କାର୍ଲସନ୍ଙ୍କ ସହିତ ବିଶ୍ୱର ଶ୍ରେଷ୍ଠ ଖେଳାଳିମାନେ ଭାଗନେବେ। ୨୭୧୮ ରେଟିଂ ସହିତ ପ୍ରଥମ ମାନ୍ୟତା ଖେଳାଳିଭାବେ ଅଭିଯାନ ଆରମ୍ଭ କରିଥିବା ଭିଦିତ୍ଙ୍କୁ କଡ଼ା ଟକ୍କର ମିଳିଥିଲେ ମଧ୍ୟ ଶେଷରେ ସେ ୧୩ ରାଉଣ୍ଡ୍ରୁ ୯ ପଏଣ୍ଟ୍ ସହିତ ବିଜେତା ହୋଇଥିଲେ। ୫ ବିଜୟ, ୮ ଅମୀମାଂସିତ ପାଇ ସମ୍ପୂର୍ଣ୍ଣ ଅପରାଜିତ ରହିଥିଲେ। ଏ ବିଜୟ ମୋ ପାଇଁ ଅନେକ କିଛି, ୨୦୧୯ ମାଷ୍ଟର୍ସ ପାଇଁ ଯୋଗ୍ୟତା କରିବା ଗୁରୁତ୍ୱପୂର୍ଣ। ଭବିଷ୍ୟତରେ ବିଶ୍ୱ ପ୍ରତିଯୋଗିତା ଜିତିବା ମୋ ଲକ୍ଷ୍ୟ ବୋଲି କହିଥିଲେ ୨୩ ବର୍ଷୀୟ ଗୁଜରାଟୀ।
ଭିଦିତ୍ ଜିତିଲେ ଟାଟା ଷ୍ଟିଲ୍ ଚାଲେଞ୍ଜର୍ସ ଟ୍ରଫି
/sambad/media/post_attachments/wp-content/uploads/2018/01/chess-board-and-pieces.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)