ବିଜୟ, ଦିଲୀପ, ରବି ଅଧ୍ୟକ୍ଷ

ଫାଓ ଚୟନ ସମିତି ପୁନର୍ଗଠିତ

କଟକ: ରାଜ୍ୟ ଫୁଟବଲ ସଂଘ ଫାଓ ୨୦୧୭-୧୮ ବର୍ଷ ପାଇଁ ବିଭିନ୍ନ ବର୍ଗର ଚୟନ ସମିତିର ପୁନର୍ଗଠନ କରିଛି। ବରିଷ୍ଠ ଚୟନ ସମିତିରେ ଫାଓ ଉପ ସଭାପତି ବିଜୟ ଦାସ ଅଧ୍ୟକ୍ଷ, ତଡ଼ିତ କୁମାର ରାଉତ ଉପାଧ୍ୟକ୍ଷ ରହିବେ। ଏମାନଙ୍କ ବ୍ୟତୀତ ପ୍ରଫୁଲ୍ଲ ମିଶ୍ର, ପ୍ରଭାତ ମହାପାତ୍ର, ନରେନ୍ଦ୍ର କୁମାର ସାହୁ, ମାନସ ରଂଜନ ସାମଲ, ଗୋପବନ୍ଧୁ ସାହୁ, ଆର୍‌ପି ସିଂହ, ମହମ୍ମଦ ସାହିଦ୍‌ ଜବାର, ବିଶ୍ୱରଂଜନ ଘଡେଇ, ଜ୍ଞାନରଂଜନ ବେହେରା, ପ୍ରସନ୍ନ ଦାସ ପ୍ରମୁଖ ସଦସ୍ୟ ଭାବେ ଏହି ସମିତିରେ ସ୍ଥାନ ପାଇଛନ୍ତି। ସେହିପରି କନିଷ୍ଠ ଚୟନ ସମିତିରେ ଫାଓ ଉପ ସଭାପତି ଦିଲୀପ କୁମାର ସାହୁ ଅଧ୍ୟକ୍ଷ ଥିବାବେଳେ ତାଙ୍କ ଅଧିନରେ ଉପାଧ୍ୟକ୍ଷ ଭାବେ ଯୁଗ୍ମ ସମ୍ପାଦକ ବିଜୟ କୁମାର ଦାସଙ୍କୁ ଦାୟିତ୍ୱ ଦିଆଯାଇଛି। ଜ୍ଞାନରଂଜନ ଦାସ, ରାଜଶେଖର ପ୍ରଧାନ, ଅମରେନ୍ଦ୍ର ସିଂହ, ସୁବାଷ ବୋଷ, ସରୋଜ ଦାସ, ନୀପେନ୍ଦ୍ର କୁମାର ଦାସ, ସୁରଜ ଥାପା, ଶୁଭେନ୍ଦୁ ପଣ୍ଡା, ଗଙ୍ଗାଧର ବେହେରା ଏହି ସମିତିରେ ସଦସ୍ୟ ଭାବେ ଦାୟିତ୍ୱ ନିର୍ବାହ କରିବେ। ମହିଳା ଚୟନ ସମିତିରେ ଉପ ସଭାପତି ରବି ନାରାୟଣ ପଣ୍ଡା ଅଧ୍ୟକ୍ଷ, ଯୁଗ୍ମ ସମ୍ପାଦକ ସଂଗୀତା ଶର୍ମା ଉପାଧ୍ୟକ୍ଷ ଭାବେ ରଖାଯାଇଛି। ସମିତିରେ ଶ୍ରଦ୍ଧାଞ୍ଜଳି ସାମନ୍ତରାୟ, ନନ୍ଦ କିଶୋର ପଟ୍ଟନାୟକ, ଗୀତାଞ୍ଜଳି ଖୁଣ୍ଟିଆ, ସରିତା ଜୟନ୍ତୀ ବେହେରା, ଆର୍‌କେ ମଣ୍ଡଳ, ରଂଜିତା ମହାନ୍ତି, ମମତା କୁମାରୀ ସାମନ୍ତ, ସେକ୍‌ ୟୁନୁସ୍‌, ଚିତ୍ରସେନ୍‌ ପାତ୍ରଙ୍କୁ ସଦସ୍ୟ ଭାବେ ନିଆଯାଇଛି। ଆଗାମୀ ବର୍ଷରେ ରାଜ୍ୟରୁ ପ୍ରତିଭାବାନ୍‌ ଖେଳାଳି ଚୟନ କରିବା ପାଇଁ ଏମାନଙ୍କ ଉପରେ ଦାୟିତ୍ୱ ନ୍ୟସ୍ତ ରହିବ ବୋଲି ଫାଓ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର