ବିଜୟ ହଜାରେ ଟ୍ରଫି : ଓଡ଼ିଶାର ପ୍ରଥମ ବିଜୟ; ବିପ୍ଲବ, ଶୁଭ୍ରା˚ଶୁ, ଗୋବିନ୍ଦଙ୍କ ଅର୍ଧଶତକ

କଟକ,: ଅଧିନାୟକ ଗୋବିନ୍ଦ ପୋଦ୍ଦାର, ବିପ୍ଲବ ସାମନ୍ତରାୟ ଓ ଶୁଭ୍ରା˚ଶୁ ସେନାପତିଙ୍କ ଦମ୍‌ଦାର ଅର୍ଧଶତକ ବଳରେ ଓଡ଼ିଶା ବିଜୟ ହଜାରେ ଟ୍ରଫିରେ ପ୍ରଥମ ବିଜୟ ପାଇଛି। ଘରୋଇ ଦିଲ୍ଲୀ ବିପକ୍ଷରେ ପାଲାମ ପଡ଼ିଆରେ ଖେଳଯାଇଥିବା ଏହି ମ୍ୟାଚ୍‌ରେ ଓଡ଼ିଶା ୯ ରନ୍‌ରେ ବିଜୟୀ ହେବା ସହ ପଏଣ୍ଟ୍‌ ଖାତା ଖୋଲିଛି। ଓଡ଼ିଶାକୁ ଏହି ମ୍ୟାଚ୍‌ରୁ ପୂରା ୪ ପଏଣ୍ଟ ମଳିଛି। ବର୍ଷା ବାଧାପ୍ରାପ୍ତ ମ୍ୟାଚ୍‌ରେ ଓଡ଼ିଶା ପକ୍ଷରୁ ଧାର୍ଯ୍ୟ ହୋଇଥିବା ୨୫୦ ରନ୍‌ର ଲକ୍ଷ୍ୟକୁ ପିଛା କରି ଦିଲ୍ଲୀ ୨୪୦ ରନ୍‌ରେ ସମସ୍ତ ଵିକେଟ୍‌ ହରାଇଥିଲା। ପପୁ ରଏ ଓ ଦୀପକ ବେହେରା ଦୁଇଟି ଲେଖାଏଁ ଵିକେଟ୍‌ ପାଇଥିଲା ବେଳେ ସୂର୍ଯ୍ୟକାନ୍ତ ପ୍ରଧାନ, ଗୋବିନ୍ଦ ପୋଦ୍ଦାର, ଅନୁରାଗ ଷଡ଼ଙ୍ଗୀ, ପ୍ରୟାସ ସି˚ହ, ବିପ୍ଲବ ସାମନ୍ତରାୟ ଗୋଟିଏ ଲେଖାଏଁ ଵିକେଟ୍‌ ଅକ୍ତିଆର କରିଥିଲେ। ଘରୋଇ ଦଳ ପାଇଁ ଗୌତମ ଗମ୍ଭୀର ସର୍ବାଧିକ ୪୪ ରନ୍‌ କରିଥିଲା ବେଳେ ସୁବୋଧ ଭଟି ଅପରାଜିତ ୪୨, ଋଷଭ ପନ୍ତ ୩୯, ଲଳିତ ଯାଦବ ୨୫, ନବଦୀପ ସାଇନି ୨୫ ରନ୍‌ କରିଥିଲେ।
ଏଥିପୂର୍ବରୁ ଗୋବିନ୍ଦ ଟସ୍‌ ଜିତି ବ୍ୟାଟି˚ ନେଇଥିଲା ବେଳେ ଅନୁରାଗ ଷଡ଼ଙ୍ଗୀଙ୍କ ରୂପରେ ଓଡ଼ିଶାକୁ ପ୍ରଥମ ଝଟ୍‌କା ଲାଗିଥିଲା। ମାତ୍ର ୫ ରନ୍‌ କରିଥିଲା ବେଳେ ସିମରଜିତ ସି˚ହ ତାଙ୍କୁ ଆଉଟ କରିଥିଲେ। ଏହାପରେ ରାଜେଶ ଧୂପର ଓ ଗୋବିନ୍ଦ ପୋଦ୍ଦାରଙ୍କ ମଧ୍ୟରେ ଅର୍ଧଶତକୀୟ ଭାଗୀଦାରି ହୋଇଥିଲା। ଉଭୟ ପ୍ରଥମ ଵିକେଟରେ ୭୯ ରନ୍‌ ଯୋଡ଼ିବା ପରେ ମନନ ଶର୍ମା ଏହି ଯୋଡ଼ି ଭାଙ୍ଗିଥିଲେ। ଧୂପର ତାଙ୍କର ଚତୁର୍ଥ ଅର୍ଧଶତକଠୁ ୪ ରନ୍‌ ଦୂରରେ ଥିବାବେଳେ ମନନଙ୍କ ଶିକାର ହୋଇଥିଲେ। ତାଙ୍କ ସ୍ଥାନରେ ଗୋବିନ୍ଦଙ୍କ ସହିତ ଯୋଗଦେଇଥିବା ବିପ୍ଲବ ‌େଧୖର୍ଯ୍ୟପୂର୍ଣ୍ଣ ଶୈଳୀରେ ଖେଳିଥିଲେ। ଏଥିମଧ୍ୟରେ ଗୋବିନ୍ଦ (୫୬) ତାଙ୍କର ଅର୍ଧଶତକ ପୂରଣ କରିବା ପରେ ବୋଲ୍ଡ ହୋଇ ପାଭିଲିଅନ ଫେରିଥିଲେ। ପଞ୍ଚମ ସ୍ଥାନରେ ଆସିଥିବା ଶୁଭ୍ରା˚ଶୁ ସେନାପତି କିଛି ଆକର୍ଷଣୀୟ ସଟ୍‌ ଖେଳିଥିଲେ। ବିପ୍ଳବଙ୍କ ସହ ମିଶି ଶୁଭ୍ରା˚ଶୁ ଚତୁର୍ଥ ଵିକେଟ୍‌ରେ ୧୦୦ ରନ୍‌ ଯୋଡ଼ିବାରୁ ଦଳକୁ ୨୦୦ ପାରି କରିଯାଇଥିଲା। ବ୍ୟକ୍ତିଗତ ୬୩ ରନ୍‌ କରିଥିଲା ବେଳେ ୪୭.୩ ଓଭରରେ ବିପ୍ଲବ ଆଉଟ୍‌ ହୋଇଥିଲେ। ଶେଷ ଆଡ଼କୁ ବଡ଼ ସଟ୍‌ ମାରିବା ପାଇଁ ସୂର୍ଯ୍ୟକାନ୍ତ ପ୍ରଧାନଙ୍କୁ ଷଷ୍ଠ ସ୍ଥାନରେ ପଠାଯାଇଥିଲା। ହେଲେ ସେ ମାତ୍ର ଗୋଟିଏ ବଲ୍‌ ସାମ୍ନା କରିବାକୁ ସୁଯୋଗ ପାଇଥିଲେ। ଅନ୍ୟପଟରେ ଶୁଭ୍ରା˚ଶୁ ୫୦ ବଲ୍‌ରୁ ୩ ଲେଖାଏଁ ଚୌକା ଓ ଛକା ସହାୟତାରେ ୫୯ ରନ୍‌ କରି ଅପରାଜିତ ରହିଥିଲେ।
ସ˚କ୍ଷିପ୍ତ ସ୍କୋର: ଓଡ଼ିଶା ୪୮ ଓଭରରେ ୨୪୯/୪ (ରାଜେଶ ଧୂପର ୪୬, ଗୋବିନ୍ଦ ପୋଦ୍ଦାର ୫୬, ବିପ୍ଲବ ସାମନ୍ତରାୟ ୬୩, ଶୁଭ୍ରା˚ଶୁ ସେନାପତି ୫୯*, ମନନ ଶର୍ମା ୧/୪୦, ନିତିଶ ରାଣା ୧/୩୨)। ଦିଲ୍ଲୀ ୪୮ ଓଭରରେ ୨୪୦/୧୦ (ଗୌତମ ଗମ୍ଭୀର ୪୪, ଋଷଭ ପନ୍ତ ୩୯, ଲଳିତ ଯାଦବ ୨୫, ସୁବୋଧ ଭଟି ୪୨, ଦୀପକ ବେହେରା ୨/୨୫, ପପୁ ରଏ ୨/୩୭)।

ସମ୍ବନ୍ଧିତ ଖବର