ବିଜୟ ହଜାରେ ଟ୍ରଫି: ତାରିଣୀଙ୍କୁ ୫ ୱିକେଟ୍‌ ଓଡ଼ିଶାର ବୃହତ ବିଜୟ

କଟକ: ରବିବାର ମୁମ୍ବାଇର ଵାଙ୍ଖ୍‌ଡେ ଷ୍ଟାଡିୟମରେ ଅନୁଷ୍ଠିତ ବିଜୟ ହଜାରେ ଟ୍ରଫି ମ୍ୟାଚ୍‌ରେ ଓଡ଼ିଶା ୧୩୫ ରନ୍‌ରେ ନାଗାଲାଣ୍ଡକୁ ପରାସ୍ତ କରିଛି। ଟସ୍ ହାରି ବ୍ୟାଟିଂ ପାଇଥିବା ଓଡ଼ିଶା ୪୮.୩ ଓଭରରେ ସମସ୍ତ ୱିକେଟ୍ ହରାଇ ୨୨୪ ରନ୍ କରିଥିଲା। ରାଜେଶ ଧୂପର (୭୯ ରନ୍‌, ୧୧୪ ବଲ୍‌, ୫ ଚୌକା) ଓ ଅଧିନାୟକ ଅଭିଷେକ ରାଉତ (୬୪ ରନ୍‌, ୬୭ ବଲ୍‌, ୫ ଚୌକା, ୨ ଛକା) ଅର୍ଦ୍ଧଶତକ ଜମାଇଥିଲେ। ନାଗାଲାଣ୍ଡ୍‌ ପକ୍ଷରୁ ଆକାଶ ସିଂହ ୫ ୱିକେଟ୍‌ ସଫଳତା ପାଇଥିଲେ। ଜବାବରେ ନାଗାଲାଣ୍ଡ ଦଳ ୩୫.୫ ଓଭରରେ ମାତ୍ର ୮୯ ରନ୍‌ କରି ସମସ୍ତ ଵିକେଟ୍‌ ହରାଇଥିଲା। ଓଡ଼ିଶା ପକ୍ଷରୁ ତାରିଣୀ ସ’ (୭-୧-୧୯-୫) ୫ ୱିକେଟ୍‌ ସଫଳତା ହାତେଇଥିଲେ।

ସମ୍ବନ୍ଧିତ ଖବର