ବେଙ୍ଗାଲୁରୁ: ଆଇପିଏଲ୍ ୧୮ତମ ସଂସ୍କରଣରେ ଚାମ୍ପିଅନ ହୋଇଛି ରୟାଲ ଚ୍ୟାଲେଞ୍ଜସ ବେଙ୍ଗାଲୁରୁ । ଦୀର୍ଘ ୧୮ ବର୍ଷର ଅପେକ୍ଷା ସହ ପ୍ରଥମଥର ପାଇଁ ପିନ୍ଧିଛି ଆଇପିଏଲ୍ ମୁକୁଟ । ଫାଇନାଲରେ ଏକ ରୋମାଞ୍ଚକର ମୁକାବିଲାରେ ଜିତିଛି ଆରସିବି । ଏହି ବିଜୟ ସହ ଆଇପିଏଲ୍ ଇତିହାସରେ ପୂରଣ ହୋଇଛି ବିରାଟଙ୍କ ବିରାଟ ଇଚ୍ଛା । ଆରସିବିର ଏହି ଐତିହାସିକ ବିଜୟର ସ୍ବାଦ ପ୍ରଶଂସକଙ୍କୁ ଭେଟି ଦେଇଥିବା ବେଳେ ଗତକାଲି ଠାରୁ ସବୁଠି ସେଲିବ୍ରେସନ୍ ମାହୋଲ ଦେଖିବାକୁ ମିଳୁଥିବା ବେଳେ ସୋସିଆଲ୍ ମିଡିଆରେ ଆରସିବି-ବିରାଟଙ୍କୁ ନେଇ ନିଜ ନିଜ ମତ ରଖୁଛନ୍ତି ।

Advertisment

ଠିକ୍ ସେତିକିବେଳେ ପୁରୁଣା ଦିନର କଥା ମନେପକାଇଛନ୍ତି ଭାବପ୍ରବଣ ହୋଇଛନ୍ତି ଆରସିବିର ପୂର୍ବ ମାଲିକ ବିଜୟ ମାଲ୍ୟା । ସୋସିଆଲ ମିଡିଆ ଏକ୍ସରେ ପୋଷ୍ଟ କରି ମାଲ୍ୟା କହିଛନ୍ତି- ମୁଁ କ୍ରିସ୍ ଗେଲ୍ ଏବଂ ବିରାଟ କୋହଲିଙ୍କୁ ବାଛିଥିଲି । ଯାହା ହେଉ ପରିଶେଷରେ ଦୀର୍ଘ ଦିନର ଅପେକ୍ଷା ପରେ ଟ୍ରଫି ବେଙ୍ଗାଲୁରୁ ଆସିଲା ।

ମାଲ୍ୟା ଆହୁରି ମଧ୍ଯ କହିଛନ୍ତି- ଯେତେବେଳେ ମୁଁ ଆରସିବି ପ୍ରତିଷ୍ଠା କଲି, ସେତେବେଳେ ମୋର ସ୍ୱପ୍ନ ଥିଲା ଯେ ଆଇପିଏଲ ଟ୍ରଫି ବେଙ୍ଗାଲୁରୁକୁ ଆସୁ ବୋଲି... ଏହି ସମୟରେ ୟଙ୍ଗ୍ କ୍ରିକେଟର ଭାବରେ କିମ୍ବଦନ୍ତୀ କିଙ୍ଗ କୋହଲିଙ୍କୁ ବାଛିବାର ସୌଭାଗ୍ୟ ପାଇଲି ଏବଂ ସେ ୧୮ ବର୍ଷ ଧରି ଆରସିବି ସହିତ ରହିଛନ୍ତି। ମୁଁ କ୍ରିସ୍ ଗେଲଙ୍କୁ ବି ଚୟନ କରିଥିଲି । ଶେଷରେ ଆଇପିଏଲ ଟ୍ରଫି ବେଙ୍ଗାଲୁରୁରେ ପହଞ୍ଚିଲା। ମୋର ସ୍ୱପ୍ନକୁ ସାକାର କରିଥିବା ସମସ୍ତଙ୍କୁ ଅଭିନନ୍ଦନ ଏବଂ ଧନ୍ୟବାଦ।

ଗତକାଲି ବି ଚାମ୍ପିୟନ ହେବା ପରେ ମାଲ୍ୟା ଏକ୍ସରେ ପୋଷ୍ଟ କରି ଆରସିବିକୁ ଶୁଭେଚ୍ଛା ଜଣାଇଥିଲେ । ତେବେ ଏଇଠି ଆମେ କହି ରଖୁ କି ଆଇପିଏଲର ପ୍ରଥମ ସଂସ୍କରଣ ୨୦୦୮ ଏପ୍ରିଲ ୧୮ ତାରିଖରେ ବେଙ୍ଗାଲୁରୁରେ ହୋଇଥିଲା । ଯେଉଁଠି ଆରସିବି ଓ କେକେଆର ମଧ୍ଯରେ ମ୍ୟାଚ୍ ହୋଇଥିଲା । ପ୍ରଥମ ସଂସ୍କରଣରେ ବେଙ୍ଗାଲୁରୁ ଅଭିଯାନ ଆରମ୍ଭ କରିଥିବା ଆରସିବି ଶେଷରେ ୨୦୨୫ରେ ଅହମଦାବାରୁ ଟ୍ରଫି ନେଇ ବେଙ୍ଗାଲୁରୁ ଯାଇଛି ।